ମାୟାଜାଲରେ ଫସି ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର ସୁବ୍ରତ ବାଗ ସମ୍ବଲପୁର ପୋଲିସ ର ଖୋଳତାଡ଼ ଆରମ୍ଭ
ସମ୍ବଲପୁର, ୦୫. ୦୯:ସମ୍ବଲପୁର ଜିଲ୍ଲା ବରେଇପାଲି ଷ୍ଟେଟ୍ବ୍ୟାଙ୍କ ଶାଖା ର ବ୍ରାଞ୍ଚ ମ୍ୟାନେଜର ସୁବ୍ରତ ବାଗ ଙ୍କ ଆତ୍ମହତ୍ୟା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଏହି ମାମଲାର ପର୍ଦ୍ଦାଫାଶ କରିବା ପାଇଁ ସମ୍ବଲପୁର ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ଧନୁପାଲି ପୁଲିସ ବର୍ତ୍ତମାନ ସୁଦ୍ଧା ୧୦ ଜଣ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚୁରା କରିସାରିଛି l ଏହାସହ ସୁବ୍ରତ କେଉଁ କେଉଁ ବ୍ୟାଙ୍କରୁ କେତେ ଟଙ୍କାର ଋଣ ନେଇଥିଲେ, ସେ ନେଇ ଉଭୟ ଧନୁପାଲି ଓ ବରେଇପାଲି ବ୍ୟାଙ୍କ ଶାଖାରୁ ଆବଶ୍ୟକ ତଥ୍ୟ ମଗାଯାଇଥିବା ଧନୁପାଲି ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ସୂଚନା ଦେଇଛନ୍ତି l
ସମ୍ବଲପୁର ସଦର ଏସ୍ଡିପିଓ ତୋଫାନ ବାଗଙ୍କ କହିବା ଅନୁଯାୟୀ, ସୁବ୍ରତ ବାଗ ଜଣେ ସରଳ ଓ ସ୍ୱଚ୍ଛ ଭାବମୂର୍ତ୍ତିସମ୍ପନ୍ନ ବ୍ୟାଙ୍କ ଅଧିକାରୀ ଥିଲେ l କିନ୍ତୁ, ସମୟକ୍ରମେ ସେ କେତେକ ଅସାଧୁ ବ୍ୟକ୍ତିଙ୍କ କୁପ୍ରଭାବ, ମିଛ ଋଣ ଏବଂ ‘ହନୁମାନ ପଇସା’ର ମାୟାଜାଲରେ ଫସି ନିଜ ଶୃଙ୍ଖଳିତ ଜୀବନ କୁ ତଳିତଳାନ୍ତ କରିଦେଲେ l ନିଜର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ଭୟ ଓ ଋଣ ବୋଝ ସହି ନପାରି ସେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି l ଏହି ଘଟଣା ପଛରେ କୌଣସି ପାରିବାରିକ କଳହ ନାହିଁ ବୋଲି ଶ୍ରୀ ବାଗ୍ ସ୍ପଷ୍ଟ କରିଛନ୍ତି l
ଗତ ଅଗଷ୍ଟ ୨୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନରୁ ବରଗଡ଼ ଜିଲ୍ଲା ବିଜେପୁର ନିବାସୀ ସୁବ୍ରତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା l ତାଙ୍କ ପାଖରୁ ମିଳିଥିବା ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ରୁ ଅନେକ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି l ଫ୍ରଡ୍ ଲୋନ୍ ଓ ଇଏମ୍ଆଇ (EMI) ଚାପ: ୨୦୨୩ରେ SBI ଧନୁପାଲି ଶାଖାରେ ଥିବାବେଳେ ବ୍ୟାଙ୍କର ଜଣେ ଅଧିକାରୀଙ୍କ ପ୍ରଭାବରେ ସେ ୩ଟି ଫ୍ରଡ୍ ଲୋନ୍ କରାଇଥିଲେ l ପରେ ଏହି ଲୋନ୍ ଶୁଝିବା ପାଇଁ ତାଙ୍କୁ ମାସିକ ୯୨ ହଜାର ଟଙ୍କା EMI ଦେବାକୁ ପଡ଼ୁଥିଲା l ସେହି ବର୍ଷ ନଭେମ୍ବର ଓ ଡିସେମ୍ବରରେ ଅନ୍ୟ ଜଣେ ମହିଳା ଅଧିକାରୀଙ୍କ ପ୍ରୋସେସିଂ ଦ୍ୱାରା ଆଉ ୧୬ଟି ଫ୍ରଡ୍ ଲୋନ୍ ମଞ୍ଜୁର ହୋଇଥିଲା, ଯାହାର EMI ଭାର ମଧ୍ୟ ସୁବ୍ରତଙ୍କ ଉପରେ ପଡ଼ିଥିଲା l ଫଳରେ ତାଙ୍କୁ ମାସକୁ ମୋଟ ୧.୨୦ ଲକ୍ଷ ଟଙ୍କା EMI ଦେବାକୁ ପଡ଼ୁଥିଲା l
ଏଥିସହ ୨୦୨୪ ଜାନୁଆରିରେ ଜଣେ ବ୍ୟକ୍ତି ତାଙ୍କୁ ‘ହନୁମାନ ପଇସା’ ଜରିଆରେ ୨ ହଜାର ଟଙ୍କା ଖର୍ଚ୍ଚ କଲେ ୯୦ ଲକ୍ଷ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ସୂଚନା ମୁତାବକ, ଏହି ଚକ୍ରବ୍ୟୁହରେ ପଡ଼ି ସେ ପାଖାପାଖି ୩୦ ଲକ୍ଷ ଟଙ୍କା ହରାଇଥିଲେ l
ଏଥିସହ ବ୍ୟାଙ୍କର ଅନ୍ୟ ଜଣେ ଅଧିକାରୀଙ୍କ କଥାରେ ପଡ଼ି ୧ ହଜାର କୋଟି ପାଇବା ଆଶାରେ ସେ ପ୍ରଥମେ ୨-୩ ଲକ୍ଷ ଟଙ୍କା ବ୍ୟୟ କରିଥିଲେ।ଫ୍ରଡ୍ଲୋନ୍, ହନୁମାନ ପଇସା ଓ ରେଡିଓଆକ୍ଟିଭ୍ ସ୍କାମ୍ରେ ଫସି ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର ସୁବ୍ରତ ବାଗ ll
ସମ୍ବଲପୁର ପୋଲିସ ର ଖୋଳତାଡ଼ ଆରମ୍ଭ ll
ସମ୍ବଲପୁର/ ତାରିଖ 05/09/26
ସମ୍ବଲପୁର ଜିଲ୍ଲା ବରେଇପାଲି ଷ୍ଟେଟ୍ବ୍ୟାଙ୍କ ଶାଖା ର ବ୍ରାଞ୍ଚ ମ୍ୟାନେଜର ସୁବ୍ରତ ବାଗ ଙ୍କ ଆତ୍ମହତ୍ୟା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଏହି ମାମଲାର ପର୍ଦ୍ଦାଫାଶ କରିବା ପାଇଁ ସମ୍ବଲପୁର ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ଧନୁପାଲି ପୁଲିସ ବର୍ତ୍ତମାନ ସୁଦ୍ଧା ୧୦ ଜଣ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚୁରା କରିସାରିଛି l ଏହାସହ ସୁବ୍ରତ କେଉଁ କେଉଁ ବ୍ୟାଙ୍କରୁ କେତେ ଟଙ୍କାର ଋଣ ନେଇଥିଲେ, ସେ ନେଇ ଉଭୟ ଧନୁପାଲି ଓ ବରେଇପାଲି ବ୍ୟାଙ୍କ ଶାଖାରୁ ଆବଶ୍ୟକ ତଥ୍ୟ ମଗାଯାଇଥିବା ଧନୁପାଲି ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ସୂଚନା ଦେଇଛନ୍ତି l
ସମ୍ବଲପୁର ସଦର ଏସ୍ଡିପିଓ ତୋଫାନ ବାଗଙ୍କ କହିବା ଅନୁଯାୟୀ, ସୁବ୍ରତ ବାଗ ଜଣେ ସରଳ ଓ ସ୍ୱଚ୍ଛ ଭାବମୂର୍ତ୍ତିସମ୍ପନ୍ନ ବ୍ୟାଙ୍କ ଅଧିକାରୀ ଥିଲେ l କିନ୍ତୁ, ସମୟକ୍ରମେ ସେ କେତେକ ଅସାଧୁ ବ୍ୟକ୍ତିଙ୍କ କୁପ୍ରଭାବ, ମିଛ ଋଣ ଏବଂ ‘ହନୁମାନ ପଇସା’ର ମାୟାଜାଲରେ ଫସି ନିଜ ଶୃଙ୍ଖଳିତ ଜୀବନ କୁ ତଳିତଳାନ୍ତ କରିଦେଲେ l ନିଜର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ଭୟ ଓ ଋଣ ବୋଝ ସହି ନପାରି ସେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି l ଏହି ଘଟଣା ପଛରେ କୌଣସି ପାରିବାରିକ କଳହ ନାହିଁ ବୋଲି ଶ୍ରୀ ବାଗ୍ ସ୍ପଷ୍ଟ କରିଛନ୍ତି l
ଗତ ଅଗଷ୍ଟ ୨୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନରୁ ବରଗଡ଼ ଜିଲ୍ଲା ବିଜେପୁର ନିବାସୀ ସୁବ୍ରତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା l ତାଙ୍କ ପାଖରୁ ମିଳିଥିବା ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ରୁ ଅନେକ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି l ଫ୍ରଡ୍ ଲୋନ୍ ଓ ଇଏମ୍ଆଇ (EMI) ଚାପ: ୨୦୨୩ରେ SBI ଧନୁପାଲି ଶାଖାରେ ଥିବାବେଳେ ବ୍ୟାଙ୍କର ଜଣେ ଅଧିକାରୀଙ୍କ ପ୍ରଭାବରେ ସେ ୩ଟି ଫ୍ରଡ୍ ଲୋନ୍ କରାଇଥିଲେ l ପରେ ଏହି ଲୋନ୍ ଶୁଝିବା ପାଇଁ ତାଙ୍କୁ ମାସିକ ୯୨ ହଜାର ଟଙ୍କା EMI ଦେବାକୁ ପଡ଼ୁଥିଲା l ସେହି ବର୍ଷ ନଭେମ୍ବର ଓ ଡିସେମ୍ବରରେ ଅନ୍ୟ ଜଣେ ମହିଳା ଅଧିକାରୀଙ୍କ ପ୍ରୋସେସିଂ ଦ୍ୱାରା ଆଉ ୧୬ଟି ଫ୍ରଡ୍ ଲୋନ୍ ମଞ୍ଜୁର ହୋଇଥିଲା, ଯାହାର EMI ଭାର ମଧ୍ୟ ସୁବ୍ରତଙ୍କ ଉପରେ ପଡ଼ିଥିଲା l ଫଳରେ ତାଙ୍କୁ ମାସକୁ ମୋଟ ୧.୨୦ ଲକ୍ଷ ଟଙ୍କା EMI ଦେବାକୁ ପଡ଼ୁଥିଲା l
ଏଥିସହ ୨୦୨୪ ଜାନୁଆରିରେ ଜଣେ ବ୍ୟକ୍ତି ତାଙ୍କୁ ‘ହନୁମାନ ପଇସା’ ଜରିଆରେ ୨ ହଜାର ଟଙ୍କା ଖର୍ଚ୍ଚ କଲେ ୯୦ ଲକ୍ଷ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ସୂଚନା ମୁତାବକ, ଏହି ଚକ୍ରବ୍ୟୁହରେ ପଡ଼ି ସେ ପାଖାପାଖି ୩୦ ଲକ୍ଷ ଟଙ୍କା ହରାଇଥିଲେ l
ଏଥିସହ ବ୍ୟାଙ୍କର ଅନ୍ୟ ଜଣେ ଅଧିକାରୀଙ୍କ କଥାରେ ପଡ଼ି ୧ ହଜାର କୋଟି ପାଇବା ଆଶାରେ ସେ ପ୍ରଥମେ ୨-୩ ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ପରବର୍ତ୍ତୀ ସମୟରେ ସୋର୍ଟକଟ୍ରେ ଟଙ୍କା ରୋଜଗାର ପାଇଁ ‘ଟ୍ରାଇଙ୍ଗୁଲାର ରେଡିଓଆକ୍ଟିଭ୍ ମେଟେରିଆଲ ସ୍କାମ୍’ରେ ୧.୨୦ କୋଟି ଟଙ୍କା ନିବେଶ କରି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଥିଲେ l ଶେଷରେ ଋଣ ପରିଶୋଧ ପାଇଁ ନାନାଦି ଫ୍ରଡ଼ ଲୋନ କରିଥିଲେ l
ନିଜ ସୁଇସାଇଡ୍ ନୋଟ୍ରେ ସେ ଏହି ସମଗ୍ର ଠକେଇ ପାଇଁ ୩ ଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦାୟୀ କରିବା ସହ ବ୍ୟାଙ୍କର ଅନ୍ୟ କେତେକ ଅଧିକାରୀ ମଧ୍ୟ ଏଥିରେ ସଂପୃକ୍ତ ଥିବା ଲେଖିଛନ୍ତି l ସମ୍ବଲପୁର ପୋଲିସ ବର୍ତ୍ତମାନ ଏହି ବହୁଚର୍ଚ୍ଚିତ ଘଟଣାର ଗଭୀର ତଦନ୍ତ ଚଳାଇଥିବା ସୂଚନା l
ସୂର୍ଯ୍ୟ ପାଣିଗ୍ରାହୀ, ସମ୍ବଲପୁର ପରବର୍ତ୍ତୀ ସମୟରେ ସୋର୍ଟକଟ୍ରେ ଟଙ୍କା ରୋଜଗାର ପାଇଁ ‘ଟ୍ରାଇଙ୍ଗୁଲାର ରେଡିଓଆକ୍ଟିଭ୍ ମେଟେରିଆଲ ସ୍କାମ୍’ରେ ୧.୨୦ କୋଟି ଟଙ୍କା ନିବେଶ କରି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଥିଲେ l ଶେଷରେ ଋଣ ପରିଶୋଧ ପାଇଁ ନାନାଦି ଫ୍ରଡ଼ ଲୋନ କରିଥିଲେ l