September 1, 2026
ajiro khabar
Share

 

 

୧-ଆଜି ଆସିବ ଜନାଦେଶ,୨୦୨୬ର ସବୁଠୁ ବଡ଼ ନିର୍ବାଚନୀ ଲଢେଇର ଫଳାଫଳ।ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ରେଜଲ୍ଟ ଆଜି ପ୍ରକାଶ ପାଇବ।

 

୨-ଭୁବନେଶ୍ୱର:ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ! ୭ ଜିଲ୍ଲାକୁ ଅରେଞ୍ଜ, ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।

 

୩-ଯାଜପୁର:ଦହିବରା ଖାଇ ୫୮ ଜଣ ଆକ୍ରାନ୍ତ: ଦଶରଥପୁରରେ ବୁଲା ବିକାଳୀଙ୍କ ଉପରେ ଲାଗିଲା କଟକଣା।

 

୪-ରାଜଗାଙ୍ଗପୁର:ଧରାପଡିଲା ଆଇପିଏଲ ବେଟିଂ ; ୫ଗିରଫ, ୫ଲକ୍ଷ ଟଙ୍କା ଓ ୫ ମୋବାଇଲ ଜବତ।

 

୫-ଭୁବନେଶ୍ୱର: ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଲିଟର ପିଛା ୪ ଟଙ୍କା ବଢିଲା ଓମ୍ ଫେଡ୍ କ୍ଷୀର ମୂଲ୍ୟ।

 

୬-କେନ୍ଦୁଝର:ଜଣେ ଜିତୁ ମୁଣ୍ଡାଙ୍କ ସମସ୍ୟା ସିନା ହୋଇଗଲା ସମାଧାନ, ହେଲେ ସାରା ଗାଁରେ ଖାଲି ସମସ୍ୟା ହିଁ ସମସ୍ୟା।

 

୭-ଭୁବନେଶ୍ୱର : ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ। ୧୬ ନମ୍ବର ଜାତୀୟ ରାଜପଥରେ ଆମ ବସ ଚଢ଼ିଯିବାରୁ ବାଇକ ଚାଲାକ ମୃତ।

 

୮-୯୦ ବର୍ଷ ହେବ ସଂଘର୍ଷ କରୁଛି ଓଡ଼ିଆ ସିନେମା, ରାଜ୍ୟରେ ଦିନକୁ ଦିନ କମୁଛି ହଲ୍, ଏବେ ବିବାହ ମଣ୍ଡପ ଓ ସପିଂ ମଲ ପାଲଟିଛି ସିନେମା ହଲ୍।

 

୯-ସାରା ଦେଶରେ ୨୨ ଲକ୍ଷ ଛାତ୍ରଛାତ୍ରୀ ଦେଲେ ନିଟ୍ -ୟୁଜି।ଓଡ଼ିଶାରୁ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ।

 

୧୦-ଆଜିଠାରୁ OJEE ପରୀକ୍ଷା,୯୯ଟି କେନ୍ଦ୍ରରେ ୧ ଲକ୍ଷ ପିଲା ଦେବେ ପରୀକ୍ଷା।୧୦ ତାରିଖ ଯାଏଁ CBT ମୋଡ଼ ରେ ହେବ ପରୀକ୍ଷା।

 

୧୧-IPL ରେ ବଡ଼ ଧମାକା: ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ, ୧୫,୬୦୦ କୋଟିରେ କିଣିଲେ ‘ଷ୍ଟିଲ୍ କିଙ୍ଗ୍’ ଲକ୍ଷ୍ମୀ ମିତଲ।

 

୧୨-ସୋର:ପାଇପ୍ ମିସ୍ତ୍ରୀଙ୍କ ପୁଅ ହେଲେ ରାଜ୍ୟର ମାଟ୍ରିକ ଟପ୍ପର, ମୋଟ ୬୦୦ ମାର୍କରୁ ୫୮୮ ମାର୍କ ରଖିଛନ୍ତି ପାର୍ଥସାରଥୀ।

 

୧୩-ମାଲକାନଗିରି:ଅସମ୍ଭବକୁ ସମ୍ଭବ କଲେ ଲକ୍ଷ୍ମୀ ଖିମୁଣ୍ଡୁ; ଗୋଡ଼ରେ ଲେଖି ମେଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ।

 

୧୪-ଭୁବନେଶ୍ୱର:ନମ୍ବର ପ୍ଲେଟ୍ ଟାମ୍ପରିଙ୍ଗ କରୁଥିବା ଓ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ।

 

୧୫-ବଣାଇ,ବାଣେଇକେଳା ଗାଁ:ମାଟି କାନ୍ଥ ଭୁଶୁଡ଼ି ୩୦ ଆହତ, ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ।

 

୧୬-IPL:କୋଲକାତା ୭ ଓ୍ବିକେଟ୍ ରେ ଜିତିଲା,୫ଟି ଲିଗ୍ ମ୍ୟାଚ୍ ପରେ ହାରିଲା ସନରାଇଜର୍ସ।

 

୧୭-ଓ୍ବାଙ୍ଖଡେ: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଜି କର ବା ମର ପରିସ୍ଥିତି, ଲକ୍ଷ୍ନୌକୁ ଭେଟିବ।

 

୧୮-ଅହମଦାବାଦ: ଗୁଜୁରାଟକୁ ଜିତାଇଲେ ହୋଲ୍ଡର ଓ ସୁଦର୍ଶନ। ହୋଲ୍ଡରଙ୍କୁ ମିଳିଲା ୪ ଓ୍ବିକେଟ୍।

 

୧୯-ଆସାମରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟ ବୋମା; ସୁରକ୍ଷିତ ଭାବେ ବୋମାକୁ ନିଷ୍କ୍ରିୟ କଲା ଭାରତୀୟ ସେନା।

 

୨୦-ହିମାଚଳ ସରକାର ସଜାଗ: ଜଳ କ୍ରୀଡ଼ା ନିୟମ କଡ଼ାକଡ଼ି, ବାଧ୍ୟତାମୂଳକ ଲାଇଫ୍ ଜ୍ୟାକେଟ୍।

 

୨୧-ହର୍ମୁଜ୍ ଅବରୋଧ: ୧୪ ବର୍ଷ ପରେ ସିରିଆ ଦେଇ ତୈଳ ରପ୍ତାନି ପୁଣି ଆରମ୍ଭ କଲା ଇରାକ।

 

୨୨-୧୪ ସୂତ୍ରୀ ପ୍ରସ୍ତାବ ପଠାଇଲା ଇରାନ ,କହିଲା ସବୁ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତୁତ।

You may have missed