May 19, 2024

ସ୍ବର୍ଗତ ଯାଦବ ମାଝୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ……….

Share

ଉମରକୋଟ -ନବରଙ୍ଗପୁର ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା “ଯାଦବ ମାଝୀ ସାମାଜିକ ଓ ସାଂସ୍କୃତିକ ବିକାଶ ପରିଷଦ” ଆନୁକୂଲ୍ୟରେ, ନବରଙ୍ଗପୁର ଜିଲ୍ଲା ର ବରପୁତ୍ର, ସମସ୍ତଙ୍କ ପ୍ରୀୟ ଆଦିବାସୀ ଜନ ନାୟକ, ଓଡିଶା ର ପୂର୍ବତନ ଶିଳ୍ପ ମନ୍ତ୍ରୀ ସ୍ବର୍ଗତ ଯାଦବ ମାଝୀ ଙ୍କ ୨୫ ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ଖୁଟୁଗୁଡା ଗ୍ରାମ ଠାରେ ପାଳିତ ହୋଇଛି । ଏଠାରେ ସୂଚନା ଯୋଗ୍ୟ କି, ସ୍ବର୍ଗତ ଯାଦବ ମାଝୀ , ବର୍ତ୍ତମାନ ର ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଏବଂ ଝରୀଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ପିତା ଅଟନ୍ତି । ସ୍ବର୍ଗତ ମାଝୀ ୧୯୯୯ ମସିହା ଏପ୍ରିଲ ତିନି ତାରିଖ ଦିନ ଦେହାନ୍ତ ହୋଇଥିଲା । ସ୍ବର୍ଗତ ମାଝୀ ଜଣେ ରାଜନୈତିକ ଜନ ନାୟକ ଥିବା ସତ୍ୱେ ସେ, ଅବିଭକ୍ତ କୋରାପୁଟ ଅଞ୍ଚଳ ର ସାମାଜିକ ଓ ସଂସ୍କୃତି ର ବିକାଶ କ୍ଷେତ୍ର ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ! ତତପଶ୍ଚାତ ତାଙ୍କ ନାମରେ ଏ ଅଂଚଳ ର ବିକାଶ ନିମନ୍ତେ, ଏହି ସାମାଜିକ ଓ ସାଂସ୍କୃତିକ ବିକାଶ ପରିଷଦ ଟି, ପରିଷଦ ର ଜିଲ୍ଲା ସଭାପତି ସୟଦ କାଜମ ମଦାନୀ ଏବଂ ଅନ୍ୟାନ୍ୟ ସଭ୍ୟ ମାନଙ୍କ ପ୍ରଚେଷ୍ଟା ରେ ୨୦୧୫ ମସିହାରେ ଗଠନ ହୋଇଥିଲା । ଏବଂ ଖୁଟୁଗୁଡା ଗ୍ରାମ ରେ ସ୍ବର୍ଗତ ମାଝୀ ଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରା ଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉମରକୋଟ ପୌରାଧ୍ୟକ୍ଷ୍ୟ ଶ୍ରୀମତୀ ରାଧା ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ , ସ୍ବର୍ଗତ ଯାଦବ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରି ବା ସହ, ସ୍ବର୍ଗତ ମାଝୀ ଙ୍କ ଜୀବନୀ ବିଷୟ ରେ ଉଦବୋଧନ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଶ୍ରୀମତୀ ତିଳତ୍ତମା ଭତ୍ରା, ପରିଷଦ ର ଜିଲ୍ଲା ସମ୍ପାଦକ ତଥା ବରିଷ୍ଟ ଆଈନଜୀବୀ ଶ୍ରୀନିବାସ ପଟ୍ଟନାୟକ, ଉପଦେଷ୍ଟା – ସରକାରୀ ଓକିଲ ସୁଧାଂଶୁ ସାହୁ, ସଭ୍ୟ ଗିରିଧର ଭତ୍ରା, ଟଙ୍କଧର ଗୌଡ଼, ଅକ୍ଷୟ ବିଶୋୟୀ, ଜଗ ଭତ୍ରା, ରମେଶ ସତନାମୀ, ସଞ୍ଜୟ ଗୁପ୍ତା, ଲାଛୁ ଭତ୍ରା, ଲଛମନ ଭତ୍ରା, ଲକ୍ଷ୍ମଣ ଭତ୍ରା, ଜଳଧର ଭତ୍ରା, ବାସୁ ଗୌଡ଼ ଲମ୍ବୋଧର ମାଝୀ ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ସ୍ବର୍ଗତ ଯାଦବ ମାଝୀ ଙ୍କ ସ୍ମୃତିଚାରଣ କରିଥିଲେ ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)