May 19, 2024

ଓଡିଶା – ଛତିଶଗଡ ସୀମା ରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଭାବେ ଯାନବାହାନ ଯାଞ୍ଚ………

Share

ଉମରକୋଟ – ଆଗାମୀ ସଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ମୂଖ୍ୟ ନିର୍ବାଚନ କମିଶନର ଓ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ ଅନୁସାରେ ,ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଉମରକୋଟ ଅବକାରୀ ଥାନାର କର୍ମଚାରୀ ମାନେ ଉମରକୋଟ ନିକଟସ୍ଥ ଦଣ୍ଡସର। ଠାରେ ଥିବା ଓଡ଼ିଶା – ଛତିଶଗଡ ସୀମା ରେ ଦିନ ତମାମ ଆନ୍ତ ରାଜ୍ୟ ସୀମା ପାର କରୁଥିବା ସମସ୍ତ ଯାନବାହାନ କୁ ଯାଞ୍ଚ କର।ଯାଇ ଥିଲା। ତେବେ ଆଜିର ଯାଞ୍ଚରେ ଅବକାରୀ ଅବକାରୀ ବିଭାଗ କୁ କିଛି ହାତରେ ଲାଗି ନ ଥିଲେ ସୁଦ୍ଧା ଏହି ପ୍ରକ୍ରିୟା ଆଗମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଉମରକୋଟ ଅବକାରୀ ଥାନାର ଭ।ରପ୍ରାପ୍ତ ଅଧିକାରି
ତିଳକ ରାମ ନାୟକ ସୁଚନା ଦେଇଛନ୍ତି। ଆଜିର ଏହି ଯାଞ୍ଚ କାର୍ଯ୍ୟକ୍ରମ ରେ ଅବକାରୀ ନିରୀକ୍ଷକ ରଞ୍ଜୁଲତ। ବାରିକ, ଉମରକୋଟ ଅବକାରୀ ଥାନାର ଭ।ରପ୍ରପ୍ତ ଅଧିକାରୀ ତିଳକ ରାମ ନାୟକ, ଏଏସଆଈ ମାଖନ ହାଲଦ।ର, ସୁବାସ ଚନ୍ଦ୍ର ଗୌଡ଼, ଦେବାଶିଷ ଦାସ, ଅନନ୍ତ ମଲିକ, ଯୋଷ୍ନ। ହରିଜନ, ପ୍ରାସାଦ ବଳବନ୍ତରାୟ, ପ୍ରମୁଖ କନେଷ୍ଟବଳ ଉମରକୋଟ ଅବକାରୀ ଥାନା ର ଉପସ୍ଥିତ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)