May 19, 2024

ଶିକ୍ଷୟତ୍ରୀ ସଂଯୁକ୍ତଙ୍କ ପରଲୋକ…….

Share

 

 

ନବରଙ୍ଗପୁର , ସୁନାମଧନ୍ୟ ରାଜ୍ୟ ସ୍ତରୀୟ ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ତ୍ରିପାଠୀଙ୍କ ୬୩ ବର୍ଷ ବୟସରେ ପରଲୋକ ଘଟିଛି । ବୁଧବାର ବିଳମ୍ବିତ ରାତ୍ରରେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରିପାଠୀଙ୍କ ବଡ ପୁଅ ଶରତ ତ୍ରିପାଠୀଙ୍କ ଏକ ମାତ୍ର କନ୍ୟା ଥିଲେ । ଶିକ୍ଷକତା ବ୍ୟତୀତ ଆକାଶ ବାଣୀ କଳାକାର , କବିୟତ୍ରୀ ଓ ଜଣେ କ୍ଷ୍ୟାତି ସମ୍ପନ୍ନ ଜ୍ୟତିଷ୍କ ରୂପେ ସେ ପ୍ରସିଦ୍ଧ ଲାଭ କରିଥିଲେ । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଭାଇ ପୂର୍ବତନ କାଉନସିଲର କେଦାର ତ୍ରିପାଠୀ , ପୁତୁରା ଭିକି , ରିକି, ଛାୟା ତ୍ରିପାଠୀଙ୍କ ସମେତ ପରିବାର ବର୍ଗ ବନ୍ଧୁ ପରିଜନ ମାନେ ଉପସ୍ଥିତ ରହିଥିଲେ । ତାଙ୍କ ଶେଷ କୃତ୍ୟ ଇନ୍ଦ୍ରାବତୀ ଶ୍ମସାନ ଘାଟରେ ଅନୁଷ୍ଠିତ ହୋଇଥିଲା ।  (ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)