May 19, 2024

ଘରଡିହ ପଟ୍ଟା ଦିଅ ଭୋଟ ନିଓ………

Share

 

 

ଉମରକୋଟ :- ଆଜି ଉମରକୋଟ ପୌର ପରିଷଦ ର ବିଭିନ୍ନ ୱାର୍ଡ଼ ର ବସ୍ତିବାସିନ୍ଦା ୬ ଦଫା ଦାବି ନେଇ ତହସିଲ୍ କାର୍ଯ୍ୟାଳୟ ଓ ବ୍ଲକ୍ ଅଫିସ ଅଧିକାରୀ ଙ୍କୁ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଏବଂ ଚେତାବନୀ ଦେଇଛନ୍ତି ଯଦି ୨୦୨୪ ନିର୍ବାଚନ ଆଗରୁ ଆମ୍ଭମାନଙ୍କ ହକ୍ ଦାବୀ ପୂରଣ ନ ହେଲେ ଆଗମୀ ନିର୍ବାଚନ ରେ ଭୋଟ ବର୍ଜନ କରିବୁ ।
ବସ୍ତିବାସିନ୍ଦା ଙ୍କ ଦାବୀ:-
୧- ନିର୍ବାଚନ ପୂର୍ବରୁ ଉମରକୋଟ ପୌର ପରିଷଦ ଓ ଉମରକୋଟ ବ୍ଲକ୍ ର ସମସ୍ତ ଗ୍ରାମ କୁ ଭୂ – ବନ୍ଧବସ୍ତ କାର୍ଯ୍ୟ ଶେଷ କରାଯାଉ ।
୨- ଯେ ପର୍ଯ୍ୟନ୍ତ ଭୁ – ବନ୍ଧାବସ୍ତ ନ ହେବ ଜବରଦଖଲ ଫାଇନ୍ ଟଙ୍କା ବନ୍ଦ କରାଯାଉ ।
୩- ଦାଖଲ ରେ ଥିବା ଘର ବାଡ଼ି ଓ ଜଙ୍ଗଲ ଜମି ପଟ୍ଟା ଯଥା ଶୀଘ୍ର ପ୍ରଦାନ କରାଯାଉ ।
୪- ଜଙ୍ଗଲ ଅଧିକାର ଆଇନ ୨୦୦୬ ନିୟମ ଅନୁଯାୟୀ ଜଙ୍ଗଲ ଗ୍ରାମ କୁ ରାଜସ୍ବ ଗ୍ରାମ ର ମାନ୍ୟତା ଦିଆଯାଉ ।
୫- ଜଙ୍ଗଲ ଜମି ପଟ୍ଟା ଗୁଡ଼ିକ ର ଯଥା ଶୀଘ୍ର ଅନଲାଇନ୍ ସିସ୍ଥୁ ଟଙ୍କା ବାନ୍ଧିବା ବ୍ୟବସ୍ଥା କରାଯାଉ ।
୬ – ସମସ୍ତ ଜଙ୍ଗଲ ଗ୍ରାମ ଓ ଅଣ ସର୍ଭେ ଗ୍ରାମ ରେ ଯଥା ଶୀଘ୍ର ଜଙ୍ଗଲ ଅଧିକାର କମିଟି ଗଠନ କରାଯାଉ ।
ଏ ସବୁ ଦାବୀ ଯଥା ଶୀଘ୍ର ପୂରଣ ନ ହେଲେ ଭୋଟ ବର୍ଜନ କରିବୁ ବୋଲି ବସ୍ତି ବାସିନ୍ଦା ଶତାଧିକ ଲୋକ ତହସିଲ୍ ଓ ବ୍ଲକ୍ ଅଧିକାରୀ ଙ୍କୁ ଦାବୀ ପ୍ରଦାନ କରିଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)