April 29, 2026

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ, ସ୍ୱଚ୍ଛତା ସେବା ପକ୍ଷ 

IMG-20241003-WA0006
Share

 

 

 

ସମ୍ବଲପୁର:ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୂତ୍ତା ପଡ଼ା ତରଫରୁ ୱାର୍ଡ ନମ୍ବର ୩୩ ଅନ୍ତର୍ଗତ ହିନ୍ଦ୍ କ୍ଳବ୍ ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ଏଥିରେ ଏଠାରେ ଥିବା ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସଭା ର ଆୟୋଜନ କରାଯାଇଥିଲା।ଏଥିରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନେ ସୁସ୍ଥ, ସବଳ ରହିପାରିବେ ସେ ଉପରେ ଆଲୋକପାତ କରାଯାଇଥିଲା। ଆରୋଗ୍ୟ ମନ୍ଦିର ର ମିଳୁଥିବା ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ତଥା ୟୋଗ ଏବଂ ଶାରିରୀକ ବ୍ୟାୟାମ ଚିକିତ୍ସା ର ସୁବିଧା ନେବା ପାଇଁ ଅନୁରୋଧ କରାଯାଇଥିଲା । ବାର୍ଦ୍ଧକ୍ୟ ସମୟରେ ଉପଯୁକ୍ତ ଖାଦ୍ୟ ଗ୍ରହଣ ତଥା ଚିକିତ୍ସା ଅଭାବରୁ ହଉଥିବା ଅନେକ ସଂକ୍ରମଣ ଉପରେ ଆଲୋଚନା କରାଯାଇଥିଲା। ଆଜି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୂତାପଡ଼ା ଓ ସମଲେଶ୍ଵରୀ ଛାତ୍ର ସଂଗଠନ ତରଫରୁ ୱାର୍ଡ ନମ୍ବର ୩୩ ଅନ୍ତର୍ଗତ ଗୋଡସୀୟ କଲୋନୀ ଠାରେ ସ୍ୱଚ୍ଛତା ସେବା ପକ୍ଷ ପାଳନ କରାଯାଇଥିଲା। ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛତା କିପରି ଅପରିହାର୍ଯ୍ୟ ଅଟେ ଏହା ଉପରେ ଆଲୋଚନ କରାଯିବା ସହିତ ଏଠାରେ ସଫେଇ କାର୍ଯକ୍ରମ ହୋଇଥିଲା ।ଆଜିର ଏହି ଦିବସରେ ଡ. ପି ହେମାସ୍ରୀ, ସୁଜାତା ରାଣୀ ମିଶ୍ର,ଦିନି ନାୟକ,ପ୍ରତୀକ ପଣ୍ଡା, ସଞ୍ଜୀବ ପ୍ରଧାନ, ମୀରା ସାହୁ,ରାକେଶ ସାହୁ ଓ ସମଲେଶ୍ଵରୀ ଛାତ୍ର ସଂଗଠନ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

You may have missed