April 29, 2026

ବସିଆପଡାରୁ ବିଜେଡି ଆରମ୍ଭ କଲା ଜନ ସମ୍ପର୍କ ପଦଯାତ୍ରା …

IMG-20241003-WA0004
Share

 

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରେ ବିଜେଡ଼ିର ପଦଯାତ୍ରା ଜୁଯୋମୁରା ବ୍ଳକ ବିରସିଂଗଡ଼ ପଂଚାୟତ ବସିଆପଡା ଗ୍ରାମରୁ ଆରମ୍ଭ ହୋଇଛି। ଗାଁ ଖେଳପଡିଆରୁ ଏକ ବିରାଟ ପଟୁଆର ବାହାରି ଗ୍ରାମ ପରିକ୍ରମା କରି ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ଏକ ସଭାର ଆୟୋଜନ ହୋଇଥିଲା। ବ୍ଲକ ସଭାପତି ବିନୋଦ କୁମାର ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସମ୍ବଲପୁର ଜିଲ୍ଲା ସଭାପତି

ଇଂ.ରୋହିତ ପୂଜାରୀ, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ମମତା ନାଏକ,ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ମେଘପାଳ ସରପଞ୍ଚ ମମତା ପ୍ରଧାନ,ସମିତି ସଭ୍ୟା ନୀଳିମା ଧୂରୁଆ,ଛାମୁଣ୍ଡା ସରପଞ୍ଚ ବନିତା ଭୋଇ,ସମିତି ସଭ୍ୟ ଡେବିଡ ଭଦ୍ରା, ବିରସିଂଗଡ଼ ସମିତି ସଭ୍ୟ ରଘୁବୀର ଭୋଇ ଅତିଥି ଭାବେ ଯୋଗ ଦେଇ ବିଜେପି ଲୋକଙ୍କୁ ମିଛ ପ୍ରତିଶୃ୍ତି ଦେଇ ଶାସନକୁ ଆସିଥିବା ପ୍ରକାଶ କରିବା ସହ ଲୋକଙ୍କୁ ଦେଇଥିବା ପ୍ରତିଶୃ୍ତି ପାଳନ କରୁନଥିବାରୁ ଏନେଇ ଘରେ ଘରେ ବାର୍ତ୍ତା ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ I ବିଜେପି ସରକାର ପ୍ରତ୍ୟେକ ଘରକୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍, ସମସ୍ତ ଭତ୍ତାଧାରିଙ୍କୁ ୩୦୦୦ ଟଙ୍କା ଭତ୍ତା ପ୍ରଦାନ ଏବଂ ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ସବୁ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶୃ୍ତି ଦେଇଥିବା ବେଳେ ବର୍ତ୍ତମାନ ତାର ବିପରୀତ କାମ କରୁଛି ବୋଲି ବକ୍ତା ମାନେ କହିଥିଲେ।ବିଜେପି ସରକାରକୁ ଆସିବା ପରେ କେବଳ ଅଶୀ ବର୍ଷର ହିତାଧିକାରୀଙ୍କୁ ୩୫୦୦ ଟଙ୍କାର ଭତ୍ତା ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କ ଭତ୍ତାରେ କୌଣସି ବୃ୍ଦ୍ଧି ହୋଇନଥିବା ନେଇ କ୍ଷୋଭ ପ୍ରକାଶ କରାଯାଇଥିଲା I ବିଦ୍ୟୁତ୍ ବିଲ୍ ଟଙ୍କାଟିଏ ମଧ୍ୟ ଛାଡ ହୋଇନି I ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ବଦଳରେ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ଯାହା ବିଜେପିର ମିଛ ପ୍ରତିଶୃ୍ତିକୁ ପଦାରେ ପକାଇଦେଇଛି ବୋଲି ଜିଲ୍ଲା ସଭାପତି ଇଂ.ପୁଝାରୀ ଓ ବିଧାୟକ ଶ୍ରୀ ଆଚର୍ଯ୍ୟ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସମ୍ପାଦକ ହୀରାଲାଲ ବେହେରା,ବିପିନ ବେହେରା, ସୁଶୀଲ ବେହେରା, ରାଧାକାନ୍ତ ସାହୁ, ମହେଶ ବିଶ୍ୱାଳ, ଘନଶ୍ୟାମ ସାହୁ, ରସାନନ୍ଦ ନାଏକ, ପ୍ରହଲ୍ଲାଦ ପ୍ରଧାନ, ବୈରାଗୀ ଦେହୁରୀ,ଭରତ ଠେଲା, ସୁକାନ୍ତ ସାହୁ, ଅବନୀ କୁମୁରା, ଅବଦୁଲ ମାଝୀ,ଦିଲୀପ ରାଉତ, ନନ୍ଦ ରଂଜିତ, ଆଶୁତୋଷ ସ୍ୱାଇଁ,ପଦ୍ମଲୋଚନ ରାଉତ, ଅମରେଶ ଦୁଆନ, କ୍ଷୀରୋଦ ସାହୁ, ରଞ୍ଜନ ସାହୁ, ଭକ୍ତ ଦାସ, ପ୍ରଶାନ୍ତ ଥପା, ଖରାଂଶୁ ଦେବ, ବିଜୟ ସ୍ୱାଇଁ ପ୍ରମୁଖଙ୍କ ସହିତ ବିଜେଡିର ବହୁ ପଦାଧିକାରୀ, ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଯୋଗଦେଇ ବିଜେଡିର ଜନ ସମ୍ପର୍କ ଯାତ୍ରାକୁ ସଫଳ କରିବାରେ ଭୂମିକା ନିର୍ବାହ କରିଥିଲେ। ସଭାରେ ପୂର୍ବ ସରକାରର ବିଭିନ୍ନ

ଜନ ହିତକାରୀ ଯୋଜନା ବିଷୟରେ ଆଲୋଚନା କରାଯାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିକୁ ଆଗେଇ ନେବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।

You may have missed