ତିନି ଦଫା ଦାବୀ ନେଇ ଶ୍ରମିକଦିବସ ରେ ଗଞ୍ଜାମ ଜ଼ିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ଧାରଣା 

IMG-20260503-WA0009
Share

ଛତ୍ରପୁର ତା ୨/୫/୨୬(ଅରୁଣ କୁମାର ପଣ୍ଡା )ଓଡିଶାସାମ୍ବାଦିକୟୁନିଅନ ଡାକରା କ୍ରମେ ଗଞ୍ଜାମଜ଼ିଲ୍ଲା ସାମ୍ବାଦିକୟୁନିଅନ ତିନି ଦଫାଦାବୀ ନେଇଶ୍ରମିକଦିବସ ରେ ଗତକାଲି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦିଆଯାଇଥିଲା l ସଭାପତି ସଦାଶିବ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣା ରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ହରିହରପାତ୍ର, ପ୍ରେସକ୍ଳବ ସମ୍ପାଦକ ଅଜିତ ସ୍ୱାଇଁ , ରାଜଗୋପାଳ ପାଢ଼ୀ, ରାଜୀବ ଲୋଚନ ପାତ୍ର, ରବୀନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା, ଅଶୋଜ ମହାଙ୍କୁଡ, ମେଘନାଦ ଦାସ ଙ୍କ ସମେତ ଜ଼ିଲ୍ଲାର ବିଭିର୍ଣ୍ଣ ଅଞ୍ଚଳରୁ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ l ସାମ୍ବାଦିକମାନଙ୍କୁ ପେନସନ, ସୁରକ୍ଷା ଏବଂ ଅଧିସ୍ୱୀକୃତି ପ୍ରଦାନ ନେଇ ଏହି ଦାବୀ ଉପରେ ଆନ୍ଦୋଳନ ହୋଇଥିଲା l ଏହି ଦାବୀ ନେଇ ଏକ ସ୍ମାରକପତ୍ରମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜ଼ିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜ଼ିଲ୍ଲାପାଳ ସାଧାରଣ ସଚ୍ଚିଦାନନ୍ଦ ନାୟକ ଙ୍କୁ ପ୍ରଦାନ କରାଯାଇଥିଲା l