September 1, 2026

ପୁରୀରେ ଚାନ୍ଦୁଆ କର୍ମଶାଳା ଉଦଯାପିତ

IMG-20260901-WA0011
Share

 

ଆଜି ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ରେ ଉଜ୍ଜାପିତ ହୋଇଯାଇଛି । ଏହି କର୍ମଶାଳା ଟି ୧୦ ଦିନ ଧରି ଚାଲୁ ରହିଥିଲା । ଆମ ପରମ୍ପରା କୁ ନେଇ ବିଭିନ୍ନ ରକମ ପାରମ୍ପାରିକ ଓ ଆଧୁନିକ ଚାନ୍ଦୁଆ ତିଆରି କରାଯାଇ ଖୁବ୍ ଆକର୍ଷଣୀୟ ଓ ମନଲୋଭା ହୋଇଅଛି । ଉଦ୍ଜାପନୀ ଉତ୍ସବ ରେ ଅତିଥି ରୂପେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଉପ ନିର୍ଦ୍ଦେଶକ, ପୁରୀ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ସାସ୍କୃତିକ ଅଧିକାରୀ ହେମନ୍ତ ବେହେରା ଯୋଗ ଦେଇ ଚାନ୍ଦୁଆ ପ୍ରଦର୍ଶନୀ କୁ ବୁଲି ଦେଖିଥିଲେ ଓ ଶିଳ୍ପୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସହିଦ କରିଥିଲେ। ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦୁର୍ଗା ମାଧବ କର ପରମ୍ପରା କୁ ରକ୍ଷା କରିବା ଓ ଏହାକୁ ବିଶ୍ଵ ଦରବାର ରେ ପହଞ୍ଚାଇବା ପାଇଁ ଆମର ଲକ୍ଷ୍ୟ ବୋଲି ପରିପ୍ରକାଶ କରିଥିଲେ । ଏଥିରେ ୩୦ ଜଣ ଚିତ୍ର ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ। ମାଷ୍ଟର ଟ୍ରେନର ନମିତା ପାତ୍ର , ଅଧ୍ୟାପକ ଉଦ୍ଧବ ନାୟକ,ଅନନ୍ତ ପ୍ରଧାନ,କେଶବ ନାୟକ ତୃପ୍ତି ରେଖା ମିଶ୍ର ଶିଳ୍ପୀ ମାନଙ୍କୁ ସହଯୋଗ କରିଥିଲେ । ବନ ବିଭାଗ ଅଧିକାରୀ ପ୍ରଭାତ ଦାସ

କୋଡ଼ିନେଟରେ, ସି.ଇ.ଏସ୍ , ସ୍ଵାଗତିକା ମିଶ୍ର ,ପି.ଓ, ସି.ଇ.ଏସ୍‌ ଓ ପ୍ରଶାନ୍ତ ନାୟକ

ସୂଚନା ଅଧିକାରୀ ,ସି.ଇ.ଏସ୍ (ଭୁବନେଶ୍ୱର) ଷ୍ଟେଟ ଇ.ଆଇ.ଏ.ସି.ପି ହବ୍, ସେଣ୍ଟର୍ ଫର୍ ଏନ୍ଭିରନ୍‌ମେଣ୍ଟାଲ୍ ସ୍ଟଡିଜ୍‌ (ସି.ଇ.ଏସ୍) ଙ୍କ ସହାୟତା ରେ ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ଭବାନୀ ଶଙ୍କର ତ୍ରିପାଠୀ ଉପସ୍ଥିତ ଥିଲାବେଳେ ଶ୍ୟାମ ପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ