September 1, 2026

ଗଞ୍ଜାମ ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

IMG-20260901-WA0035
Share

 

୪ ବର୍ଷ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଗଞ୍ଜାମ ଏନଏସି:

ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଗଞ୍ଜାମ ଏନଏସି

 

+++++++++-+—-++++++++-+++++++

 

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଏନଏସି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅଧ୍ୟକ୍ଷାଙ୍କ ନିଜର କାର୍ଯ୍ୟ ଦକ୍ଷତା ଓ ଲୋକ ସେବା ପାଇଁ ପ୍ରଶଂସା କରିଥିଲେ।

ସେ କହିଲେ ଯେ, ପୂର୍ବରୁ ଦେଶରେ ବର୍ତ୍ତମାନ ରାଜ୍ୟସ୍ତରେ ଗଞ୍ଜାମ ଜିଲ୍ଲାରୁ ଏକ ମାତ୍ର ଏନଏସି ରୂପେ ଗଞ୍ଜାମ ଏନ୍ଏସି ୨ କୋଟି ରାଶି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛି। ଏହି ଏନଏସି ଆଜି ଜିଲ୍ଲା ଏବଂ ରାଜ୍ୟ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଗାମୀ ଦିନରେ ଗଞ୍ଜାମ ଏନ୍ଏସି ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ଗଞ୍ଜାମ ନିକଟ ହୂମ୍ମା ଲବଣ ଜମିରେ ସିପ୍ ବିଲିଡିଂ ୟୁନିଟ୍, ଜିଲ୍ଲାରେ ଆଞ୍ଚଳିକ ପାସପୋର୍ଟ କେନ୍ଦ୍ର ଖୋଲିବା, ଗୋପାଳପୁର- ରାୟଗଡ଼ା ରେଳ ଲାଇନ ନିର୍ମାଣ ପ୍ରସ୍ତାବ ଦିଆଯାଇଥିବା ସେ ସୂଚନା ଦେଇଥିଲେ।

ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିକାଶକୁ ଆଗକୁ ନେବାରେ ଗଞ୍ଜାମ ଏନଏସି ସଠିକ ଭାବେ କାର୍ଯ୍ୟ କରି ଆଜି ରାଜ୍ୟସ୍ତରେ ପୁରସ୍କୃତ ହେବା ଏକ ଉନ୍ନୟନର ମାଇଲ ଖୁଣ୍ଟ ବୋଲି କହିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଗତ ୪ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହ ଋଷିକୂଲ୍ୟା ନଦୀଉପରେ ହେବାକୁ ଥିବା ବ୍ରିଜ କାମ ଶୀଘ୍ର ଆରମ୍ବ କରିବା ଏବଂ ସହରରେ ନୂତନ ବସଷ୍ଟାଣ୍ଡ ଓ ନୂତନ ମେଡିକାଲ ପାଇଁ ଜାଗା ଚିହ୍ନଟ କରି କାମ ଆରମ୍ବ କରିବାକୁ ଦାବି ରଖିଥିଲେ। ଏହି କାର୍ଯ୍ୟ ଖୁବ୍ କମ୍ ଦିନ ମଧ୍ୟରେ କରାଯିବ ବୋଲି ସାଂସଦ ପାଣିଗ୍ରାହୀ ଆଶ୍ବାସନ ଦେଇଥିଲେ।

ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ବିବରଣୀ ପାଠ କରିଥିବା ବେଳେ, ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ, କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ ପଣ୍ଡା, ପି. ଚନ୍ଦ୍ରଶେଖର, ପି. ମୋହନ ରେଡ୍ଡୀ, ଆଶିଷ ନାୟକ, ରିତା ମହାରଣା, ସଂଯୁକ୍ତା ଦାଶ, ସୁଜାତା ମହାନ୍ତି, ମହା ଲକ୍ଷ୍ମୀ ନାୟକ, ସବିତା ବେହେରା, ରାଇବାରି ଜାନି ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସିଓ ଅଞ୍ଜଳି ପାଢ଼ୀ।

ଏହି ଅବସରେ ଗଞ୍ଜାମ ସହର କଲେଜ ଛକଠାରୁ ଆରମ୍ବ କରି ସାନ ବଜାର, ବଡ଼ ବଜାର ଦେଇ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ନୂଆ ଷ୍ଟ୍ରିଟ୍ ଲାଇଟ୍‌ର ଉଦ୍‌ଘାଟନ ଏବଂ ଚାରି କୋଟି ଟଙ୍କା ବ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ବଡ଼ବଜାରଠାରୁ ଷ୍ଟେସନ ରୋଡ୍, କାଶୀବିଶ୍ୱନାଥ ଛକରୁ ପଣ୍ଡା ସାହି ଓ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟୟରେ ମେଡିକାଲ ଛକରୁ ପୋତାଗଡ଼ ପର୍ଯ୍ୟନ୍ତ ରାସ୍ତାର ପ୍ରସ୍ତି ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର, ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଏବଂ ସଫେଇ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ବରିଷ୍ଠ ନାଗରିକ ଗୌରୀଶଙ୍କର ପାଢ଼ୀ, କଳାକାର ପ୍ରଦୀପ କୁମାର ପଣ୍ଡା, ଗୀତା ସ୍ୱାଇଁ, କ୍ରୀଡାବିତ ଶିବପ୍ରସାଦ ଜେନା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭୁବନେଶ୍ୱର ” ଷ୍ଟାର ଅରକେଷ୍ଟା ” ମେଲୋଡି ପରିବେଷଣ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇ ଫେରିବା ପରେ ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ, ସାଂସଦ, ବିଧାୟକଙ୍କୁ ଏକ ଶୋଭା ଭାଯାତ୍ରାରେ ଏନ୍‌ଏସି ଅଫିସ ପର୍ଯ୍ୟନ୍ତ ଅଣାଯାଇଥିଲା।