April 25, 2026

ଅଂରା ପଂଚାୟତ ର ବେଲବନ୍ଧ ଠାରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ

9b9be5e4-b215-40f3-82ca-e6dd185590bf
Share

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଂରା ପଂଚାୟତ ର ବେଲବନ୍ଧ ଠାରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଭରସା କରି ଏହି ମିଶ୍ରଣ ପର୍ବରେ ୧୫୦ ଲୋକ ବିଜେପି ରେ ସାମିଲ ହେଲେ। ମଣ୍ଡଳ ସଭାପତି ଶଶିକାନ୍ତ ରାଉତ ବରିଷ୍ଠ ନେତା ଅଭିମନ୍ୟୁ ପରିଡା, ଶକ୍ତିକେନ୍ଦ୍ର ପ୍ରମୁଖ ଅବିନାଶ ଜେନା, ସଞ୍ଜୟ ସାହୁ, ନିତ୍ୟାନନ୍ଦ ଶା, ଚନ୍ଦ୍ରମଣି ମାଝୀ, ନେପାଲି ଜେନା,ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ଏ ମିଶ୍ରଣ ପର୍ବ ରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି, ନମାମି ଗଙ୍ଗା ର ର ରାଜ୍ୟ ସଭାପତି ମହେଶ୍ୱର ସାହୁ, ଆନନ୍ଦପୁର ପ୍ରଭାରୀ ହରିହର ମହାନ୍ତ, ରାମଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନୀ ପ୍ରମୁଖ ନବାଗତ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିବା ସହ ବିଜେଡି ଶାସନରେ ଏ ପଂଚାୟତ ର ଗରିବ ଲୋକଙ୍କର ର ଦୁର୍ଦ୍ଦଶା ସହ ପଂଚାୟତ ର ଉନ୍ନତି ମୂଳକ କାର୍ଯ୍ୟକ୍ରମ ର ଅଚଳାବସ୍ଥା ନେଇ ରାଜ୍ୟ ସରକାରଙ୍କ ସମେତ ସ୍ଥନୀୟ ପ୍ରଶାସନ ଉପରେ ବିଷୋଡ଼ଗାର କରିଥିଲେ। ବିକାଶ କେବଳ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ଦ୍ୱାରା ସମ୍ଭବ ଏବଂ ଏଥିପାଇଁ ଓଡ଼ିଶାରେ ବିଜେପି କୁ ଶାସନକୁ ଆଣିବା ପାଇଁ ଉପସ୍ଥିତ ନେତୃମଣ୍ଡଳୀ ଲୋକଙ୍କୁ ଆହ୍ୱାନ କରିଥିଲେ। ।ପୂର୍ବତନ ସରପଞ୍ଚ ସନାତନ ମାଝୀ, ରବୀନ୍ଦ୍ର ରାଉଳ, କାହ୍ନୁ ଜେନା, ଲକ୍ଷ୍ମୀଧର ନାୟକ, ଧର ମୁଣ୍ଡା, ମାୟାଧର ମାଝୀ, ଶ୍ରୀନିବାସ ସାହୁ,ମାନ ମୁଣ୍ଡା, ନୃସିଂହ ମୁଣ୍ଡା,ଟୁନା ମୁଣ୍ଡା, ରଂଗଧାର ମୁଣ୍ଡା,ପ୍ରମୁଖ ଙ୍କ ନେତୃତ୍ୱ ରେ ୧୫୦ ରୁ ଉର୍ଦ୍ଧ୍ବ ଲୋକ ବିଜେପି ରେ ସାମିଲ ହୋଇଥିଲେ
[18:52, 03/05/2023] +918018150533: କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed