May 10, 2026

ସମଲେଶ୍ଵରୀ ମନ୍ଦିରରେ ଶୁକ୍ରବାର ସମ୍ପର୍ଦା ଶନିବାର ହେବ ଦୂଲଦୁଲି ପ୍ରତିଯୋଗିତା 

IMG-20250403-WA0035
Share

 

ସମ୍ବଲପୁର:ଶ୍ରୀଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଆଗାମୀ ଶୁକ୍ରବାର ତା: ୦୪:୦୪:୨୫ ସନ୍ଧ୍ୟା ୪:୩୦ ସମୟରେ ସଂପ୍ରଦା ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ ଶନିବାର ତା: ୦୫:୦୪:୨୫ ସନ୍ଧ୍ୟା ୪:୩୦ ସମୟରେ ଦୂଲ୍ ଦୁଲି ବାଜା ପ୍ରତିଯୋଗିତା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଳୁପ୍ତଭିମୁଖି ଏହି ଦୁଇ କଳାକୁ ପ୍ରୋତ୍ସାହନ ଯୋଗାଇବା ତଥା ସମର୍ଥନ କରିବାପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଦୁଇ ପ୍ରତିଯୋଗିତା ରେ ବିଜେତା ଦଳ ମାନଙ୍କୁ ପୁରସ୍କାର ସ୍ୱରୂପ ଅର୍ଥରାଶି ପ୍ରଦାନ କରାଯିବ । ପ୍ରଥମ ପୁରସ୍କାର ୧୦୦୦୦/ ଟଙ୍କା, ଦ୍ଵିତୀୟ ପୁରସ୍କାର ୭୦୦୦/ ଟଙ୍କା ଓ ତୃତୀୟ ପୁରସ୍କାର ୫୦୦୦/ ଟଙ୍କା ରହିଥିବା ବେଳେ ଶାନ୍ତ୍ବନା ମୂଳକ ପୁରସ୍କାର ଭାବରେ ୨୦୦୦/ ଟଙ୍କା ପ୍ରତ୍ୟେକ ପ୍ରତିଯୋଗୀ ଦଳ କୁ ଦିଆଯିବ। ଦକ୍ଷ ବିଚାରକ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ବିଜୟୀ ନିରୂପଣ କରିବେ। ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବାପାଇଁ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଅନୁରୋଧ କରିଛନ୍ତି।