May 10, 2026

ସଭିଏଁ କିଣନ୍ତୁ ଖୋର୍ଦ୍ଧା ଗାମୁଛା ଯୁବ ମୋର୍ଚ୍ଚାର ଆହ୍ବାନ

IMG-20250403-WA0034
Share

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଆଜି ହସ୍ତତନ୍ତ୍ର ପରିଧାନ ଦିବସ। ବସ୍ତ୍ର ହେଉଛି ଆମ ସ୍ୱାଭିମାନ, ଐତିହ୍ୟ ଓ ପରିଚୟ। ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଓଡିଆ ପକ୍ଷ ପାଳନ ଅବସରରେ ହସ୍ତତନ୍ତ୍ର ପୋଷାକର ପ୍ରଚାର ପ୍ରସାର ସହିତ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହିତ ସମୃଦ୍ଧ ଓଡିଶା ଗଠନରେ ଆଂସିଦାର ହେବା। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଖଦି ଦୋକାନରୁ ଖୋର୍ଦ୍ଧା ଗାମୁଛା କିଣିବା ବୁଣାକାର ମାନଙ୍କୁ ସଶକ୍ତ କରିବା ସହିତ ସବୁବେଳେ ଲୋକମାନଙ୍କୁ ହସ୍ତତନ୍ତ୍ର ପରିଧାନ କରିବା ନିମନ୍ତେ ସଚେତନ କରାଯାଇଥିଲା। ଓଡିଶା ହସ୍ତତନ୍ତ୍ରର ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଆମ ସମ୍ବଲପୁରୀ, ସୋନପୁରୀ, ବୋମକାଇ, ମାଣିଆବନ୍ଧ ସହିତ ଖୋର୍ଦ୍ଧା ଗାମୁଛା ସହିତ ରାଜ୍ୟ ବାହାରେ ମଧ୍ୟ ବେଶ ଆଦୃତ ଲାଭ କରିଛି। ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇଥିଲେ। ଏଥିରେ ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଗୋପବନ୍ଧୁ ଜେନା, ବିଶ୍ଵଦୀପ ପ୍ରଧାନ, ଉପ ସଭାପତି ଶୁଭ୍ରଜିତ୍ ମଙ୍ଗରାଜ, ନଗର ସଭାପତି ମାନସ ରଞ୍ଜନ ସାହୁ, ପ୍ରଦୀପ ସ୍ୱାଇଁ, ସମରେଶ ପାଇକରାୟ, ଦୀପକ ରାଉତରାୟ ଉପସ୍ଥିତ ଥିଲେ।