May 19, 2024

ସାଧାରଣ ନିର୍ବାଚନ ୨୦୨୪ ପୂର୍ବ ରୁ କଂଗ୍ରେସ କୁ ଶକ୍ତ ଧକ୍କା ବାପାଙ୍କ ପାଖକୁ ପୁଅ ପଠେଇଲେ ଇସ୍ତଫା ପତ୍ର ….

Share

 

ଗୁଣୁପୁର,-ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଅବିନାଶ ଗମାଙ୍ଗ , ଉପ ସଭାପତି ଭାସ୍କର ଜାଗରଙ୍ଗା, ଉପ ସଭାପତି ଏସ ସି ସେଲ ରୁନା ବାଉରୀ, ୪ ବ୍ଲକ ଯୁବ କଂଗ୍ରେସ ସଭାପତି ସମେତ ବହୁ କଂଗ୍ରେସ ନେତା ନିଜସ୍ଵ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଗତକାଲି ଏହି ନିର୍ବାଚନ ମଣ୍ଡଳୀ ପାଇଁ ସତ୍ୟଜିତ ଗମାଙ୍ଗ ଙ୍କ ନାମ ଘୋଷଣା କରିଥିବା ବେଳେ ଆଜି ଏହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଟିକେଟ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ ଙ୍କ ପୁଅ ଅବିନାଶ ଗମାଙ୍ଗ ଆଶାୟୀ ଥିଲେ । ତେବେ କଂଗ୍ରେସ ପକ୍ଷରୁ ଜଣେ ଅଣ କଂଗ୍ରେସ ଯୁବକ ଙ୍କୁ ଟିକେଟ ଦିଆଯାଇଥିବା ଅଭିଯୋଗ କରି ଅବିନାଶ ଙ୍କ ସମେତ ଅନ୍ୟାନ୍ୟ କର୍ମୀ ମାନେ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି ।(ସୁରେନ୍ଦ୍ର ମହାନ୍ତି )