ଆଜିର ଖବର..
୧-ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୮ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ ବାଜିଲା ମୋହର।
୨-ଏଇ ବର୍ଷରୁ କେଜିରୁ ପିଜି ମାଗଣା ଶିକ୍ଷା: ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ କ୍ୟାବିନେଟ୍ ମୋହର, ୫ ବର୍ଷରେ ଖର୍ଚ୍ଚ ହେବ ୫,୪୬୭ କୋଟି।
୩-ଭୁବନେଶ୍ୱର: ଆନ୍ଦୋଳନରେ ଡାକ୍ତର, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ।ଏସମାକୁ କଲେନି ଖାତିର।
୪-ଭୁବନେଶ୍ୱର:ଆଜି ଦିନ ୧୧ଟାରେ ପ୍ରକାଶ ପାଇବ ପିଜି ମେଧା ତାଲିକା।
୫-ଭୁବନେଶ୍ୱର:ଆଷାଢ଼ରେ ଶୁଖିଲା ପଡ଼ିଛି ଓଡ଼ିଶାର ସବୁ ନଦୀ, ବର୍ଷା ଦିନେ ନଦୀର ନିସ୍ତେଜ ଅବସ୍ଥା,ଆଖି ବୁଲାଇବେ ଦିଶୁଛି ଖାଲି ବାଲି ଆଉ ବାଲି।
୬-ସମ୍ବଲପୁର:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୀମସାରର ଷ୍ଟିୱାର୍ଡ ଅଶ୍ବିନୀ ମେହେର ଓ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳ ଗିରଫ।
୭-କୋରାପୁଟ : ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବା ହେଲା କାଳ,୩୦୦ ଫୁଟ ତଳକୁ ଖସିଲା କାର ଜଣେ ମୃତ, ४ ଆହତ।
୮-ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ଇଥାନଲ୍ ପ୍ଲାଣ୍ଟର ଉଦଘାଟନ ସହ ଓଡ଼ିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟସ୍ କଲର୍ସ ସମ୍ମାନ।
୯-ସ୍ମାର୍ଟସିଟିରେ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା: କାମ ଚାଲିଛି ଯେ ଚାଲିଛି, ସରିବାର ନାଁ ନେଉନି।
୧୦-ଅକ୍ଟୋବର ସୁଦ୍ଧା ହେବ ଏସଆଇ ପରୀକ୍ଷା:ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ।
୧୧-ବର୍ଷାକୁ ନେଇ ନଗର ଉନ୍ନୟନ ବିଭାଗର ବଡ଼ ଆକ୍ସନ୍ ପ୍ଲାନ୍; ପୌର ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟ, ଡ୍ରେନ୍ରୁ ରାସ୍ତା ପର୍ଯ୍ୟନ୍ତ ସବୁଠି ରହିବ କଡ଼ା ନଜର।
୧୨-ଭୁବନେଶ୍ୱର:ତ୍ରୁଟିଗୁଡ଼ିକର ସମୀକ୍ଷା ଓ ସଂଶୋଧନ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି , ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଖୁବଶୀଘ୍ର ଯୋଗାଇ ଦିଆଯିବ: ଗଣଶିକ୍ଷା ସଚିବ,
୧୩-କନ୍ଧମାଳ:ବନ୍ଧା ହେଲେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ,ମନରେଗା ଯୋଜନାରେ ହୋଇ ଥିଲା ଟଙ୍କା ହେରଫେର ଅଭିଯୋଗ।
୧୪-ଭୁବନେଶ୍ୱର:ସୁନା ଶସ୍ତା କିନ୍ତୁ କିଣୁନାହାନ୍ତି ଲୋକ,ଏବର୍ଷ ଦର ଖସିଲାଣି ପ୍ରାୟ ୫୦ ହଜାର ଟଙ୍କା।
୧୫-ନୂଆ ଦିଲ୍ଲୀ:ଭିବି ଜି ରାମ ଜି ରେ ଓଡ଼ିଆ ଶ୍ରମିକ ପାଇବେ ୩୦୦ ଟଙ୍କା ଦୈନିକ ମଜୁରୀ।
୧୬-ଚେଷ୍ଟର ଲି ଷ୍ଟ୍ରିଟ୍:ଭାରତ ୭ /୧୮୯, ଅଭିଷେକ ଓ ଆୟରଙ୍କ ଅର୍ଦ୍ଧ ଶତକ,ବର୍ଷା ଧୋଇନେଲା ପ୍ରଥମ ଟି୨୦।
୧୭-ନ୍ୟୁୟର୍କ:ପ୍ରି – କ୍ବାଟରରେ ଫ୍ରାନ୍ସ୍ , ମେକ୍ସିକୋ।ଏମବାପେଙ୍କ ଡବଲ ଗୋଲ୍।
୧୮-ନୁଆ ଦିଲ୍ଲୀ:୨୦% ଇଥାନଲ ମିଶ୍ରଣ ଏବେ ପରୀକ୍ଷାମୂଳକ ପର୍ଯ୍ୟାୟରେ ଅଛି:କେନ୍ଦ୍ର ସରକାର।
୧୯-ହ୍ୱାଟ୍ସଆପ୍ର ନୂତନ ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ର ସରକାରଙ୍କ ତଦନ୍ତ, ସାଇବର ଠକେଇ ଆଶଙ୍କା ବୃଦ୍ଧି।
୨୦-ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ,ରୀତିନୀତି ପାଳନ ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଗୁଜୁରାଟ ହାଇକୋର୍ଟ।
୨୧-ନୁଆ ଦିଲ୍ଲୀ:୩୦ ଦିନ ହାଜତରେ ରହିଲେ ସ୍ୱତଃ ବରଖାସ୍ତ ହେବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, ଶୀଘ୍ର ଆସିବ ଆଇନ।
୨୨-ଭାରତ ପାକ ସମ୍ପର୍କ ସ୍ବାଭାବିକ କରିବାକୁ ପ୍ରୟାସ,ମୋଦୀ – ସରିଫଙ୍କୁ ୨ ଦେଶର ୧୧୭ ବିଶିଷ୍ଟ ନାଗରିକଙ୍କ ଚିଠି।
🙏 *ସୁପ୍ରଭାତ, ଜୟ ଶ୍ରୀଜଗନ୍ନାଥ* 🙏
➖➖➖➖➖➖➖➖➖➖➖
