November 19, 2026

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ……..

IMG-20261118-WA0195
Share

ବୁଗୁଡ଼ା : ତା ୧୮/୧୧/୨୬ : ବୁଗୁଡ଼ା ଅଞ୍ଚଳର ବିଭିନ୍ନମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତିପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିରଞ୍ଚିନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମନ୍ଦିରରେପୁରୋହିତ ଉମାକାନ୍ତ ଦାଶଙ୍କ ତତ୍ତ୍ବାବଧାନରେ ଉକ୍ତ ଉତ୍ସବ ପାଳନ ଅବସରରେ ଦେବାଦେବୀଙ୍କ ପହଡଅବକାଶ, ମଙ୍ଗଳ ଆଳତି, ଅଁଳା ମାଳାର୍ପଣ,ବାଳଭୋଗ, ରାଧା ପାଦ ଦର୍ଶନ ଆଦି କାର୍ଯ୍ୟକ୍ରମଯଥାବିଧି ପ୍ରକାରେ ଅନୁଷ୍ଠିତ ହୋଇଥିଲା ବେଳେଗୋପୀନାଥ ମନ୍ଦିର ଓ ବଳଦେବ ମନ୍ଦିରରେ ମଧ୍ୟଅନୁରୂପ ଭାବେ ପାଳନ କରାଯାଇଥିଲା । ସେହିପରିବାଲିପଦର ଗ୍ରାମସ୍ଥିତ ରଘୁନାଥ ସ୍ବାମୀ ମନ୍ଦିର,ବାଦୁଆର ରାଧାକୃଷ୍ଣ ମନ୍ଦିର ଓ କଦମ୍ବ ମଠର ରାଧାକୃଷ୍ଣମନ୍ଦିରରେ ପାରମ୍ପରିକ ରୀତିରେ ଅଁଳା ନବମୀ ଉତ୍ସବପାଳିତ ହୋଇଥିଲା । ସମ୍ପୃକ୍ତ ମନ୍ଦିରଗୁଡିକରେ ସକାଳେ ଓ ସନ୍ଧ୍ଯାରେ ଭକ୍ତଙ୍କ ଭିଡ ଜମିଥିଲା । ଅନ୍ୟପକ୍ଷରେ ବୁଗୁଡ଼ା ବଡଦାଣ୍ଡସ୍ଥିତ ଏକ ଅଁଳା ଗଛମୂଳେ ଶ୍ରଦ୍ଧାଳୁ ମହିଳାମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପୂର୍ବକ ଅଁଳା ନବମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।