June 13, 2026

ଅକାଳରେ ଚାଲିଗଲା ଜୀବନ ଦୁଇ ସନ୍ତାନ ହେଲେ ବେସାହାରା …

kolopo
Share

ବୋଲଗଡ଼,(ଉପାନ୍ତ ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତର ତାଳତୁମ୍ବ ଗ୍ରାମର ବୁଧିବାମନ ବେହେରା ୪୫ବର୍ଷ ବୟସରେ ମୃତ୍ୟୁ ଘଟିଛି l ଗତକାଲି ରାତି ୭ଟାରେ ହଠାତ ତାଙ୍କର ଗୋଡ ହାତ ବଙ୍କା ହେବାକୁ ଲାଗିଲା ତୁରନ୍ତ ପରିବାର ଲୋକ ୧୦୮ ଆମ୍ବୁଲାନ୍ସରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରି ସେଠାରୁ ଏମ୍ସ ହସ୍ପିଟାଲକୁନେଇଥିଲେ ସେଠାରେ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବୁଦ୍ଧିବାମାନଙ୍କୁ ବ୍ରେନ ଷ୍ଟୋକ ହୋଇଥିବା ଡାକ୍ତର କହିଲେ ଓ ରୋଗୀର ଉର୍ନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥନାନ୍ତରିତ କରିବାରୁ ସମ ଅଲ୍ଟିମେଣ୍ଟ ହସ୍ପିଟାଲକୁ ନେଇ ପରେ କଳିଙ୍ଗ ହସ୍ପିଟାଲରେ ଭର୍ତି କରିଥିଲେ ହେଲେ ସେଠାରେ ରୋଗୀକୁ ଡାକ୍ତର ମୁର୍ତ୍ୟୁ ଘୋଷଣା କରିଥିଲେ l ବୁଦ୍ଧିବମାନଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିବାବେଳେ ତାଙ୍କର ସ୍ତ୍ରୀ ପ୍ରମୋଦିନୀ ବେହେରା ସ୍ତବ୍ଧ ହୋଇଯାଇଥିଲେ ଓ ୯ବର୍ଷର ପୁଅ ସାଇପ୍ରକାଶ ବେହେରା, ୪ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି ବେହେରା ବାପାଙ୍କ ମୁର୍ତ୍ୟୁ ଖବର ଶୁଣି ପୁରା ବୋକା ପାଲଟି ଯାଇଥିବା ବେଳେ ସମ୍ପୂର୍ଣ ପରିବାରରେ ଶୋକର ଛାୟା ଖେଳିଯାଇଛି l
ଅକାଳଳରେ ବୁଦ୍ଧିବାମାନଙ୍କ ଦେହାନ୍ତ ଖବର ଶୁଣି ତାଙ୍କର ଶେଷ ଦର୍ଶନ ପାଇଁ ସାରା ପଂଚାୟତ ଓ ନିକଟସ୍ଥ ପଂଚାୟତ ଏବଂ ଦୂରଦୂରାନ୍ତରୁ ଲୋକମାନେ ଛୁଟି ଆସିଥିଲେ କାରଣ ବୁଧିବାମନ ଜଣେ ସରଳ ଓ ସଚୋଟ ଲୋକ ପ୍ରେମୀ ମଣିଷ ଥିଲେ ତତ ସହିତ ଜଣେ ବିରଳ ଦର୍ଜୀ ପୁରୁଷ ଓ ମହିଳାଙ୍କ ବ୍ୟବହୃତ ସମସ୍ତ ପ୍ରକାର ବସ୍ତ୍ର ପରିଧାନ ମନ ମୁତାବିକ ସୁନ୍ଦର ଭାବେ ଡିଜାଇନ କରି ପ୍ରସ୍ତୁତ କରିପାରୁଥିଲେ l ତାଳତୁମ୍ବ ବଜାରରେ ନିୟୁ ଷ୍ଟାଇଲ ଟେଲର ଦୋକାନ କରି ନିଜର ଖ୍ୟାତି ଅର୍ଜନ କରିଥିଲେ l ସେ ଜଣେ ମେଳାପୀ ଥଟା ମଜା ମିଞ୍ଜାସର ବ୍ୟକ୍ତି ଥିଲେ l ତାଙ୍କ ବିୟୋଗରେ ଏ ଅଞ୍ଚଳ ଜଣେ ବିରଳ କାରିଗରକୁ ହରାଇଲା l ଖୁବ କମ ସମୟରେ ଚାରିଆଡେ ତାଙ୍କର ମୁର୍ତ୍ୟୁ ଖବର ପହଂଚିଯାଇଥିଲା ତାଙ୍କ ଦୁଆରେ ଓ ସ୍ମଶାନଘାଟରେ ବହୁ ଲୋକ ଉପସ୍ଥିତ ରହି ଦୁଃଖ ପ୍ରକାଶ କରିବାସହିତ ଅମର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରି ଶେଷଦର୍ଶନ କରିଥିଲେ l ବୁଦ୍ଧିବାମନ ଙ୍କୁ ହରାଇ ତାଙ୍କର ସ୍ତ୍ରୀ ଓ ପିଲା ଏ ସମାଜରେ କିପରି ଚାଲିବେ ତାଙ୍କର ଭବିଷ୍ୟତର ମଙ୍ଗଳ କାମନାକରି ଉପସ୍ଥିତ ଲୋକ, ଗ୍ରାମବାସୀ ଓ ପରିବାରବର୍ଗ ତୁରନ୍ତ ସରକାରୀ ସହାୟତା ଓ ପତ୍ନୀ ପ୍ରମୋଦିନୀକୁ ଯଥାଶୀଘ୍ର ବିଧବା ଭତା ଓ କୁନି ପୁଅ,ଝିଅଙ୍କ ପଢ଼ା ଦାଇତ୍ୱ ବହନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି l

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।

You may have missed