April 29, 2026

ବଡ଼ ଖିଲା ପଦର ଛାତ୍ରାବାସରେ ଅଘଟଣ  (ଚର୍ଚ୍ଚା ରେ ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ )

IMG-20260203-WA0002
Share

 

 

କୋଲନରା 🙁 ସଞ୍ଜୀବ କୁମାର କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବଡ଼ ଖିଲାପଦର ଗ୍ରାମ ପଞ୍ଚାୟତ ସଦର ରେ ଥିବା ଛାତ୍ରାବାସରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଥବିର ମାଣ୍ଡାଙ୍ଗି ମୃତ୍ୟୁ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ମୃତ୍ୟୁ ଛାତ୍ର ଙ୍କ ଘର ରାୟଗଡ଼ା ବ୍ଲକ ବଡ଼ ଆଲୁବାଡି ଗ୍ରାମ ପଞ୍ଚାୟତ ର ପଦାକାପାଡୁ ହୋଇ ଥିବାବେଳେ ବାପା ମାଆ ବହୁ ସ୍ୱପ୍ନ ଦେଖି ପୁଅ ଆମର ପାଠ ପଢ଼ି ବଡ଼ ଚାକିରୀ କରିବ ଆମ ସେବା କରିବ ବୋଲି ସ୍ୱପ୍ନ ଦେଖିଥିଲେ।ବାପା ମାଆ ଙ୍କ ସ୍ୱପ୍ନ ସବୁ ଚାର ଖାର ହୋଇଯାଇଛି।ଛାତ୍ର ର ମୃତ୍ୟୁ କୁ ନେଇ ମଙ୍ଗଳ ବିଭାଗ ତଦନ୍ତ ଆରମ୍ଭ ହୋଇଛି।ମିଳିବା ସୂଚନା ଅନୁଯାୟୀ ଥବିର ଙ୍କୁ ପ୍ରଥମେ ପୀଡ଼ିତ ଥିବା ଯୋଗୁଁ ବିଦ୍ୟାଳୟ ର କାର୍ଯ୍ୟରତ ଏ ଏନ ଏମ୍ ଙ୍କ ଦ୍ଵାରା ଔଷଧ ଦେଇଥିଲେ।ଛାତ୍ର ଜଣକ ସୁସ୍ଥ ଅଛି କହି ଚାଲି ଚାଲି ଯାଉଥିବା ବେଳେ ହଟାତ ପଡିଯାଇଥିଲା। ପ୍ରଧାନ ଶିକ୍ଷକ ଓ ମେଟ୍ରନ ଥବିର କୁ ଧରି ବଡ଼ ଖିଲାପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ।ସ୍ୱାସ୍ଥ୍ୟ କେନ୍ଦ୍ର ରେ କେହି ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ନ ଥିବାରୁ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ପରୀକ୍ଷା କରି ଥାବିରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏହି ଘଟଣା ର ଖବର ପାଇ ଡବ୍ଲୁଓ କୋଲନରା ଦେବାଶିଷ ମୁଣ୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ଏହି ସମ୍ପର୍କରେ ପ୍ରଧାନ ଶିକ୍ଷକ ନବୀନ କୁମାର ପାତ୍ର ଙ୍କୁ ପଚାରି ବୁଝିବାରୁ ଛାତ୍ର ଜଣଙ୍କୁ ଚିକିତ୍ସା ରେ କୌଣସି ଅବହେଳା କରାଯାଇନାହିଁ ବୋଲି ସେ କହିଛନ୍ତି ।

You may have missed