April 19, 2025

ମା ପେଣ୍ଡ୍ର।ଣୀ କଲ୍ୟାଣ ମଣ୍ଡପ ଉଦଘାଟିତ…….

Share

                                                                                                         ଉମରକୋଟ – ଦୀର୍ଘ ଦିନ ଧରି ଉମରକୋଟ ରାମ ମନ୍ଦିର ନିକଟରେ ଥିବା ପୌର ପରିଷଦ ର ମା ପେଣ୍ଡ୍ର।ଣୀ କଲ୍ୟାଣ ମଣ୍ଡପ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା। ଏହାକୁ ପରିଷଦ ପକ୍ଷରୁ 30 ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିତ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି।ରୂପାନ୍ତର ପରେ ଦ୍ୱିତୀୟ ଥର ପାଇଁ ଆଜି ଏହାର ଉଧ ଘାଟନ କରା ଯାଇଛି।ମୁଖ୍ୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ପୌର ଅଧକ୍ଷା ରାଧା ଭତ୍ର।, କାଉନସିଲର ତପନ ଦେବ ନାଥ,ନିର୍ବାହୀ ଅଧିକାରୀ ପୁରୁଷତମ ବେନିୟା, ସହକାରୀ ଯନ୍ତ୍ରୀ ମନୋଜ ପାତ୍ର, କନିଷ୍ଠ ଯନ୍ତ୍ରୀ ହିମାଂଶୁ ଭୂଷଣ ମହାନ୍ତି,ରଶ୍ମି ସାନ୍ତ୍ରା, ଇଷ୍ଟର ରାଣୀ ପଟନାୟକ,ସଂଯୁକ୍ତା ପଟନାୟକ,ପ୍ରଭାତ ନାୟକ, ସନତ ଠାକୁର, ରମେଶ ଦାସ ଙ୍କ ବ୍ୟତୀତ 5 ନମ୍ୱର୍ ୱାର୍ଡ ର ବହୁ ମହିଳା ମଧ୍ୟ ଉପସ୍ଥିତ ଥିଲେ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed