IMG-20251002-WA0113
Share

ଚଳିତ ବର୍ଷ ଦଶହରା ରେ ଲାଞ୍ଜିଗଡ଼ ରେ ଭୀଷଣ ବର୍ଷା ଯୋଗୁଁ ଅଞ୍ଚଳ ବାସି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଜୁଳି କାଟ୍ ସାଙ୍ଗକୁ ଯାତାୟତରେ ବାଧା ସୃଷ୍ଟି ହୋଇଛି। ପ୍ରକାଶ ଥଉକି ଗତ ମଧ୍ଯ ରତ୍ରିରୁ ବର୍ଷା ଆରମ୍ଭ ହୋଇ ଆଜି ଦିନ ତମାମ ବର୍ଷର ପ୍ରଭାବ ଜାରୀ ରହିଛି। ଫଳରେ ଲୋକ ମାନଙ୍କ ଦଶହରା ର ଆନନ୍ଦ ଫିକା ପଡ଼ି ଯାଇଛି। ଲାଞ୍ଜିଗଡ଼ ଦଶହରା ପଡ଼ିଆରେ ପାଣି ଭରିଯିବା ଯୋଗୁଁ ଭକ୍ତ ମାନେ ଦର୍ଶନ କରିବା ରେ ଅସୁବିଧା ହେଉଛି। ରାସ୍ତା ଘାଟ ତଥା ଡ୍ରେନ ରେ ପାଣି ଜମି ରହିଛି। ଭୀଷଣ ବର୍ଷା ସାଂଗକୁ ପବନର ବେଗ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରୁଛି।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*