ମୁଳିସିଂ ପଞ୍ଚାୟତ କାର୍ଯ୍ୟାଳୟ ରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ର ଆଲୋଚନା ଚକ୍ର !
ତିର୍ତ୍ତୋଲ :- ବର୍ଷାଦିନରେ ସବୁ ଆଡେ ପ୍ରାୟ ଅନେକଙ୍କ ସ୍ଵାସ୍ତ୍ୟ ବିଗିଡି ଯାଇଥାଏ । ବର୍ଷା ଋତୁ ଆଗମନରେ ଗ୍ରାମ୍ ମାନଙ୍କରେ ଖାଲଖମ୍ମା ରେ ପାଣିଜମି ମଶାମାନେ ସୃଷ୍ଟି ହୋଇ ଥିବାରୁ ମ୍ୟାଲେରିଆ ଡେଙ୍ଗୁ ଜ୍ୱର ଆଦି ବ୍ୟାପିଥାଏ । ଅପର ପକ୍ଷରେ ଋତୁ ପରିବର୍ତ୍ତନ ଯୋଗୁଁ ଲୋକମାନେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଥିବାରୁ , ଏହାର ନିରାକରଣ ପାଇଁ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ତ ମୂଳିସିଂ ପଞ୍ଚାୟତ ର ସଭଗୃହରେ, ସ୍ବାସ୍ଥ୍ୟ ସଚେତନତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଫି ଆଜାମ୍ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ସ୍ବାସ୍ଥ୍ୟ ବିଭାଗର ସି ଏଚ୍ ଓ ସ୍ନିଗ୍ଧା ସିଂହ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିରାମ ନନ୍ଦ , ନାୟବସରପଞ୍ଚ ମାନସୀ ନନ୍ଦ ଙ୍କ ସମେତ, ସମସ୍ତ ଆଶାକର୍ମୀ, ଅଙ୍ଗନବାଡ଼ିକର୍ମୀ, ୱାଡ଼ର୍ ସଭ୍ୟ ସଭ୍ୟା ମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏଥିସହିତ, ମୃତ ବ୍ୟକ୍ତିମାନଙ୍କ ପ୍ରମାଣପତ୍ର କେମିତି ଆବେଦନ କରିବେ ଓ ନୂତନ ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ପାଇବା ପାଇଁ କିପରି ଆବେଦନ କରିବାକୁ ପଡ଼ିବ , ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ସୂଚନା ଯୋଗ୍ୟ ପ୍ରତିମାସ ରେ ମୂଳିସିଂ ପଞ୍ଚାୟତ ରେ ନିୟମିତ ଭାବରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଆସୁଅଛି।ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !