April 29, 2026
IMG-20230802-WA0007
Share

*ପଖାଳ *
ସକାଳ ହେଲା କାଉ ରାବିଲା,
ସୁରୁଜ ଉଇଲେ ମୋ ନିଦ ଭାଙ୍ଗିଲା।
ନିତ୍ୟ କର୍ମ ସାରି ଆସିଲି ଧାଇ,
ଜାଗା ପାଖେ ଗୋଟେ ମୁଣ୍ଡିଆ ଦେଇ।
ବୋଉ ବଢ଼ିଦେଲା ପଖାଳ କଂସେ,
ତାକୁ ମୁଁ ଖାଇଲି ଚାରି ଗ୍ରାସେ।
ପଖାଳ ସାଙ୍ଗେ ତେନ୍ତୁଳି ପାଣି,
ଖାଇବା ଲୋକ ହିଁ ମଜା ଥାଏ ଜାଣି।
ପଖାଳ ଖାଇ ହେଲା ମନ ମୋ ତୋଷ,
କର୍ମକ୍ଷେତ୍ରର କରିଲି ମୋ ମନ ନିବେଶ

ସକାଳୁ ପଖାଳ ମଜା ଜାଣେ ଓଡ଼ିଆ,
ସେଥିପାଇଁ ପରା ଆମେ ଓଡ଼ିଆ ଭାରି ବଢିଆ।

ଦେବରାଜ ଦାସ
କୁମ୍ଭାରପଡ଼ା, ପୁରୀ।
ଦୂରଭାସ 9861323275

You may have missed