March 10, 2026

ପଲିଥିନ ଧରପଗଡ, ୭ ହଜାର ଟଙ୍କା ଜରିମାନା ଆଦାୟ 

IMG-20230802-WA0003
Share

ପଲିଥିନ ଧରପଗଡ, ୭ ହଜାର ଟଙ୍କା ଜରିମାନା ଆଦାୟ
ବୁଗୁଡା : ତା ୦୧/୦୮/୨୩ : ବୁଗୁଡା ଏନ୍ଏସି ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପଲିଥିନ ଧରପଗଡ କରାଯାଇଥିଲା। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ନେତୃତ୍ଵରେ କର୍ମଚାରୀମାନେ ସହରର ବିଭିନ୍ନ ଦୋକାନରେ ଚଢାଉ କରି ପଲିଥିନ ଧରପଗଡ କରି ସେମାନଙ୍କୁ ତାଗିଦ୍ କରିବା ସହ ସେମାନଙ୍କଠାରୁ ୭୦୦୦ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ଏହି ଚଢାଉରେ ଜଗଦୀଶ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ପିତବାସ ପ୍ରଧାନ, ମୁନା ଗୌଡ,ସର୍ବେଶ୍ବର ବାରିକ ଓ ନିତ୍ଯାନନ୍ଦ ବାଡତ୍ଯା ପ୍ରମୁଖ ଏନ୍ଏସି କର୍ମଚାରୀ ସାମିଲ ଥିଲେ।