June 19, 2026

ମଈ ଦିବସରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘତରଫରୁ ରକ୍ତଦାନ ଶିବିର, 71 ୟୁନିଟ୍‌‍ ରକ୍ତ ସଂଗ୍ରହ

bld
Share

 

ବ୍ରହ୍ମପୁର,2/5 : ଚଳିତ ଗ୍ରୀଷ୍ମ ଋତୁ ରେ ରକ୍ତଭଣ୍ଡାର ରେ ରକ୍ତ ର ଘୋର ଅଭାବ ରହିଥିବା ବେଳେ ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସର ରେ ଓଡିଶା ମେଡିକାଲ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ, ଏମକେସିଜି ବ୍ରହ୍ମପୁର ଶାଖା ଓ ବ୍ରହ୍ମପୁର ରକ୍ତଭଣ୍ଡାର ପକ୍ଷରୁ 71 ୟୁନିଟ ରକ୍ତ ସଂଗୃହିତ ହୋଇଛି ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼ଃ. ସୁଚିତ୍ରା ଦାସଙ୍କ ଦ୍ଵାରା ଉଦଘାଟିତ ଏହି ଶିବିର ରେ ଡିନ,ପ୍ରିନ୍ସପାଲ ସନ୍ତୋଷ ମିଶ୍ର, ରେଜିଷ୍ଟ୍ରର ସଂଗ୍ରାମ ପଣ୍ଡା, ଟୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗ ର ଡାକ୍ତର,ବିଭିନ୍ନ କର୍ମଚାରୀ,ଆଉଟସୋରସିଂ ଆଟେଣ୍ଡାଣ୍ଟ ,ଓ ଅନେକ ଉତ୍ସାହି ଯୁବକ, ଯୁବତୀ ମାନେ ଆଗ୍ରହ ସହକାରେ ରକ୍ତଦାନ କରିଥିଲେ । ଏଥି ସହିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ସି. ଏଚ ସୁନୀଲ ପାତ୍ର,ସମ୍ପାଦକ ଏନ. ନିରଞ୍ଜନ ଦାସ, ଅଜିତସ୍ଵାମୀ ପାତ୍ର, ଚିତ୍ତରଞ୍ଜନ ସାହୁ, ଶଙ୍କର ସାହୁ, ରିଙ୍କୁ ପାତ୍ର, ଉପସଭାପତି ପି. ରମେଶ ରାଓ, ଶଶାଙ୍କ ପଣ୍ଡା, ସନାତନ ନାୟକ,ରାଜେନ୍ଦ୍ର ରଥ,ଚନ୍ଦ୍ର ପାତ୍ର, ଆନନ୍ଦ ମିଶ୍ର,ବିଷ୍ଣୁ କୁମାର, ରାଧିକା ବିଷୋୟୀ, ନନ୍ଦିନୀ ସାମନ୍ତରାୟ, ସୁଜିତ ପାତ୍ର, ସମାଜସେୀ ପ୍ରଫୁଲ ମହାରଣା, ପ୍ରଶାନ୍ତ ମହାରଣା, ସ୍ଵର୍ଣଲତା ସାହୁ, ଶ୍ରୀନିବାସ ପାତ୍ର, ଶ୍ରୀକାନ୍ତ ସେଠି, ସମୀର ବ୍ରହ୍ମା, କାଁହୁ ନାୟକ, କେଦାର ନାୟକ, ସୁଦାମ ପାଢ଼ୀ,ବି.ଲଳିତ କୁମାର, ମାନସ ଦାସ, ରାଜଲକ୍ଷ୍ମୀ ସାହୁ,ଜୟରାମ ରାଓ ତ୍ରିପତି ଡାକୁଆ, ପ୍ରମୁଖ ନେତୃତ୍ଵ ନେଇଥିଲେ । ଶ୍ରମିକ ଦିବସ ଅବସରରେ ମେଡିକାଲ କର୍ମଚାରୀମାନଙ୍କ ପକ୍ଷରୁ ଏଭଳି ମହତ୍‌‍ ଉଦ୍ୟମ କରିଥିବାରୁ ମେଡିକାଲ କର୍ମଚାରୀ ସଂଘର ଉପଦେଷ୍ଟା ତଥା ଏଚଏମଏସର ରାଜ୍ୟ ଉପସଭାପତି ରବି ରଥ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

 

You may have missed