April 29, 2026

ଆଗାମୀ 2024 ନିର୍ବାଚନ ପାଇଁ ୟାଲା କୋଣ୍ଡା ବାବୁ ଙ୍କ ବିଭିନ୍ନ ଅନୁଷ୍ଠାନ, ଧର୍ମାଵଲମ୍ବୀ ଙ୍କ ସହିତ ଓ ବିଜେଡି ପାଇଁ ମାରାଥନ ପ୍ରଚାର

mrt
Share


ରାୟଗଡା : ଗତ ଦୁଇ ଦିନ ଧରି ରାୟଗଡା ସହର ଖ୍ରୀଷ୍ଟ ସମାଜ ବିଶିଷ୍ଟ ବ୍ୟକ୍ତି ବିଶେଷ ବିଜେଡି ରାୟଗଡାର ବରିଷ୍ଠ ସଙ୍ଗଠକ ଶ୍ରୀ ଯୁକ୍ତ ୟାଲ୍ଲା କୋଣ୍ଡା ବାବୁ ଙ୍କୁ ଆଗାମୀ ସାଧାରଣ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ l କୋଣ୍ଡା ବାବୁ ନିଜର ପରିବାର ସଭ୍ୟ ଭାବରେ ସମ୍ମାନ ପ୍ରଦର୍ଶନ କରି ତାଙ୍କ ସହିତ ସମାଜର ବିଭିନ୍ନ ବିଷୟ ରେ ଆଲୋଚନା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟିକ ଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଖ୍ରୀଷ୍ଟ ସମାଜ ର ବ୍ୟକ୍ତି ବିଶେଷ ଙ୍କୁ ଅନୁରୋଧ କରିଥିଲେ l ଆପଣମାନେ ଲୁକ୍କାୟିତ ପ୍ରତିଭାକୁ ଚିହ୍ନି, ରାୟଗଡା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରି ଅଞ୍ଚଳର ପ୍ରଗତି ଦ୍ଵିଗୁଣିତ କରିବା ପାଇଁ ଆମ ଦଳର ବିଧାୟିକା ପ୍ରାର୍ଥିନୀ ପ୍ରିୟ ଶ୍ରୀମତୀ ଅନୁସୟା ମାଝୀ ଙ୍କୁ ଏବଂ ସାଂସଦ ପ୍ରାର୍ଥିନୀ ଶ୍ରୀମତୀ କୌଶଲ୍ୟା ହିକକା ଙ୍କୁ ଦୁଇଥର ଶଙ୍ଖ ଚିହ୍ନରେ ବଟନ୍ ଦବାଇ ଜୟଯୁକ୍ତ କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲି। ଏହା ପରେ ସନ୍ଧ୍ୟା ସମୟ ରେ ରାୟଗଡା ବ୍ଲକ କୋତାପେଟା, ମାଟିକଣା, କୋମତାଲପେଟା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ କୁ ସ୍ଥାନୀୟ ଗ୍ରାମ ବାସି ଙ୍କ ସହିତ ଆଲୋଚନା କରି ନବୀନ ପଟ୍ଟନାୟକ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ମାନ ବିଷୟରେ ବୁଝାଇଥିଲେ l ଆଗାମୀ ନିର୍ବାଚନ ରେ ରାୟଗଡା ବିଧାୟିକା ପ୍ରାର୍ଥୀନୀ ଅନୁସୟା ମାଝୀ ଓ ଲୋକସଭା ପ୍ରାର୍ଥୀନୀ କୌଶଲ୍ୟା ହିକକା ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେ ଜୟଯୁକ୍ତ କରିବା ସହିତ ନବୀନ ପଟ୍ଟନାୟକ ଙ୍କୁ 6 ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ନିମନ୍ତେ ଜନସାଧାରଣ ଙ୍କୁ ନିବେଦନ କରିଥିଲେ l ଲୋକମାନେ ମଧ୍ୟ୍ୟ କୋଣ୍ଡା ବାବୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରି ବା ସହିତ ଅନୁସୟା ମାଝୀ ଜ଼ିନ୍ଦାବାଦ କୋଣ୍ଡା ବାବୁ ଜ଼ିନ୍ଦାବାଦ ଶଙ୍ଖ ଚି଼ହ୍ନ ଜ଼ିନ୍ଦାବାଦ କହି ନରଦେବା ର ଦେଖିବାକୁ ମିଳିଥିଲା l କୋଣ୍ଡା ବାବୁ ଙ୍କ ସହିତ ରାୟଗଡା ଜ଼ିଲ୍ଲା ଆମ ଓଡିଶା ନବୀନ ଓଡିଶା ର ସଂଯୋଜକ ପି ଗୌରୀ ଶଙ୍କର ରାଓ, ଆଇନଜୀବୀ ବିରଜା ପାତ୍ର, ରାୟଗଡା ଲ୍ୟାମ୍ପ ସଭାପତି ଚକ୍ର ବିଡ଼ିକା, ସୁଧାକର କରକାରିଆ, ହରିହର ହିମରିକା, ଶମ୍ଭୁ ହୁଇକା, କାଶୀ ନାଇଡ଼ୁ, ଡ଼ମ୍ବ ସମାଜ ର ବହୁ କର୍ମକର୍ତା, କେ ଶ୍ରୀନିବାସ, ମାନି ରତ୍ନମ ବିନାୟକ ପୋଲାଈ ଙ୍କ ସମତେ ବହୁ ବିଜେଡି କର୍ମୀ ପ୍ରଚାର ଅଭିଯାନ ରେ ସାମିଲ ଥିଲେ l
(ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)

You may have missed