June 16, 2026

ଉତ୍କଳ ଦିବସ ଅବସରରେ ଆଜି ଗୁଣୁପୁର କାଳୀ ପୂଜା ମଣ୍ଡପ ଠାରେ ବଂଶାଧାରା ସାହିତ୍ୟ ସମାଜ ଗୁଣପୁର ତରଫ ରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଫୋଟ ଚିତ୍ର ଉପରେ ପୁଷ୍ପମାଲ୍ୟ ଓ ଦୀପ ଧୂପ ପ୍ରଜ୍ଜ୍ୱଳନ କରି ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିଲା

munn
Share

ଗୁଣପୁର ,ଉତ୍କଳ ଦିବସ ଅବସରରେ ଆଜି ଗୁଣୁପୁର କାଳୀ ପୂଜା ମଣ୍ଡପ ଠାରେ ବଂଶାଧାରା ସାହିତ୍ୟ ସମାଜ ଗୁଣପୁର ତରଫ ରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଫୋଟ ଚିତ୍ର ଉପରେ ପୁଷ୍ପମାଲ୍ୟ ଓ ଦୀପ ଧୂପ ପ୍ରଜ୍ଜ୍ୱଳନ କରି ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଏହି ଓଡିଶା ଦିବସରେ ଉତ୍କଳ ବର ପୁତ୍ର ମାନେ କିଭଳି ଏହି ଉତ୍କଳ ପ୍ରଦେଶ ଗଠନ ରେ ଗୁରୁତ୍ବ ପୂର୍ଣ୍ଣ ଦାୟୀତ୍ବ ନିର୍ବାହ କରିଥିଲେ ଏବଂ ଓଡ଼ିଶାର ଇତିହାସ ସମ୍ପର୍କରେ ଆଲୋକ ପାତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବକ୍ତା ଭାବରେ ସିମାଞ୍ଚଳ କରଙ୍କ ବ୍ୟତୀତ ଅନ୍ୟ ଉଦ୍ୟୋକ୍ତା ଭାବରେ ପ୍ରଭାତ ଶତପଥି , ପ୍ରତାପ ରାୟ, ବିଜୟ ପାଢ଼ୀ, ଅଶ୍ୱିନୀ ତ୍ରିପାଠୀ, ରମେଶ ମିଶ୍ର, ଉମା ଦାସ, ଦୀପକ ପଣ୍ଡା , କୈଳାସ ଦାସ , ଦୁର୍ଗା ଶତପଥି, ବିମଳ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ରମେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।(ସୁରେନ୍ଦ୍ର ମହାନ୍ତି )