May 19, 2024

ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଚାରି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ଅଭିଜ୍ଞ ଓ ନବାଗତ ଙ୍କ ମଧ୍ୟରେ ହେବ ଲଢେ଼ଇ …

Share

 

 

ଗୁଣୁପୁର, -ସରଗରମ ହୋଇ ଉଠିଛି ରାଜନୀତି । ଦିନ କେଇଟା ପରେ ସାଧାରଣ ନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ରାଜନୈତିକ ଶିବିର । ରାଜ୍ୟର ପ୍ରମୁଖ ତିନି ଦଳ ପକ୍ଷରୁ ଗୁଣୁପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ଶାସକ ବିଜେଡି ପକ୍ଷରୁ ବର୍ତ୍ତମାନ ର ବିଧାୟକ ରଘୁନାଥ ଗମାଙ୍ଗ ଙ୍କୁ ଦଳ ପୁନର୍ବାର ଟିକେଟ ଦେଇଛି । ବିଜେଡ଼ି ଛାଡି ବିଜେପି ରେ ସାମିଲ ହୋଇଥିବା ଗୁଣୁପୁର ର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଙ୍କୁ ବିଜେପି ଟିକେଟ ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି । ସତ୍ୟଜିତ ଗମାଙ୍ଗ ନାମକ ଜଣେ ଯୁବକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ସେହିପରି ସିପିଆଇ ଏମ ଏଲ ପକ୍ଷରୁ ଅନାସିମ ଶବର ପ୍ରାର୍ଥୀ ହୋଇଛନ୍ତି । ଗୋଟିଏ ପଟେ ବିଜେଡି ଓ ବିଜେପି ରେ ଅଭିଜ୍ଞତା ଥିବା ପୂର୍ବତନ ବିଧାୟକ ରହିଥିବା ବେଳେ ଅନ୍ୟପକ୍ଷରେ କଂଗ୍ରେସ ଓ ସିପିଆଇ ଏମ ଏଲ ରେ ନବାଗତ ପ୍ରାର୍ଥୀ ହୋଇଛନ୍ତି । ଜନତା ଜନାର୍ଦ୍ଦନ ନିଜର ମୂଲ୍ୟବାନ ଭୋଟ୍ କାହାକୁ ଦେଉଛନ୍ତି ଜୁନ ମାସରେ ସ୍ପଷ୍ଟ ପ୍ରମାଣିତ ହେବ ।(ସୁରେନ୍ଦ୍ର ମହାନ୍ତି )