April 30, 2026

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ସୁସ୍ଥ ହୋଇ ଫେରିଲେ ଘରକୁ…

bbj0
Share

 

ସମ୍ବଲପୁର::ଆକସ୍ମିକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥ‌ିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ହସ୍ପିଟାଲ ରୁ ଆଜି ଡ଼ିସ୍ ଚାର୍ଜ ହୋଇଛନ୍ତି I ଶ୍ରୀ ଆଚାର୍ଯ୍ୟ ଗତ ମାର୍ଚ୍ଚ ୧୪ ତାରିଖରେ ବିଜେଡିର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଭୁବନେଶ୍ବର ରୁ ବରଗଡ଼କୁ ଫେରୁଥିବାବେଳେ ରାତି ପ୍ରାୟ ୧୨ଟା ସମୟରେ ରେଢ଼ାଖୋଲ ଲୁହାପଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା I ଏଥିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଗାଡିରେ ଥିବା ତାଙ୍କର ପିଏସଓ ଗୁରୁତର ଆହତ ହୋଇଥିଲେ I ତାଙ୍କ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିଲେ I ପ୍ରସନ୍ନ ଓ ତାଙ୍କର ପିଏସଓଙ୍କୁ ଉଦ୍ଧାର କରି ପ୍ରଥମେ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା I ଏହି ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖି ଏବଂ କାନରେ ଗଭୀର ଆଘାତ ଲାଗିଥିଲା I ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସେଠାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା I ତେବେ ଦୁର୍ଘଟଣା ର ୧୭ ଦିନ ପରେ ହସ୍ପିଟାଲ ରୁ ସମ୍ପୂର୍ଣ ସୁସ୍ଥ ହୋଇ ଆଜି ପ୍ରସନ୍ନ ଆଚାର୍ଯ୍ୟ ଘରକୁ ଫେରିଛନ୍ତି I ପ୍ରକାଶଯୋଗ୍ୟ ଯେ ଶ୍ରୀ ଆଚାର୍ଯ୍ୟ ନିଜର ପୁରୁଣା ନିର୍ବାଚନ ମଣ୍ଡଳୀ ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରତିଦୃଦ୍ବିତା କରିବା ପାଇଁ ଲାଗିଛନ୍ତି I ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକସମ୍ପର୍କ ରକ୍ଷା କରି ଆସୁଛନ୍ତି I ପ୍ରସନ୍ନ ଆଜି ହସ୍ପିଟାଲ ରୁ ସୁସ୍ଥ ହୋଇ ଫେରିବା ପରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରେ ତାଙ୍କ ସମର୍ଥକ ଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି I ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମିଠା ବାଣ୍ଟି ପ୍ରସନ୍ନ ଙ୍କ ସମର୍ଥକ ତଥା ବିଜେଡି କର୍ମୀ ମାନେ ଖୁସି ବ୍ୟକ୍ତ କରିଛନ୍ତି I(ରାଜାରାମ ଷଡଙ୍ଗୀ)

You may have missed