April 26, 2026

ଦ୍ରୋପଦୀ କଲେଜ ନିକଟରେ ଛାତ୍ରୀ ଙ୍କ ଗଳା କାଟିଲା ଯୁବକ।

yjgtuyt
Share

ଗୁଣପୁର –
ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୁମୁଡା ଦ୍ରୋପଦୀ କଲେଜ ନିକଟସ୍ଥ ଜଗନ୍ନାଥ ମନ୍ଦିର ରାସ୍ତାରେ ଛାତ୍ରୀ ଙ୍କ ଗଳା କାଟିଲା ଯୁବକ। +୨ଛାତ୍ରୀ ଜଣକ ପରୀକ୍ଷା ଦେଇ ବାହାରିବା ସମୟରେ ଜଗିରହି ରାସ୍ତା ରେ ଗଳା କାଟିଦେଲା ଯୁବକ ଯାହା କି ଅଞ୍ଚଳ ରେ ବେଶ୍ ଚର୍ଚ୍ଚା ଜୋର ଧରିଛି।, ଗୁରୁତର ଛାତ୍ରୀ ଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଛାତ୍ରୀ ଙ୍କ ଅବସ୍ଥା ଅଧିକ ମାତ୍ରା ରେ ଗୁରୁତର ଆଘାତ ଲାଗିଥିବାରୁ ସାଙ୍ଗେ ସାଙ୍ଗେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇ ଥିବା ଜଣା ପଡିଛି।
ବର୍ତ୍ତମାନ ଅଭିଯୁକ୍ତ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।ଛାତ୍ରୀ ଜଣ ଙ୍କ ଘର ବିଷମ କଟକ ର ବୋଲି ସୂଚନା ମିଳିଛି।(ସୁରେନ୍ଦ୍ର ମହାନ୍ତି )