April 18, 2025

ପ୍ରବଳ ବର୍ଷା ରେ,ରାଜଧାନୀ ବେହାଲ ।

Share

ପ୍ରବଳ ବର୍ଷା ରେ,ରାଜଧାନୀ ବେହାଲ ।
ଭୁବନେଶ୍ୱର,,ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣି ବଳୟ ତଥା ଲଘୁଚାପ ନେଇ,ଭୁବନେଶ୍ୱର ସହରରେ ବ୍ୟାପକ ଭାବେ ବର୍ଷା ହୋଇଥିବା ଦେଖିବାକୁ ମିଳିଅଛି । ବର୍ଷା ର ପ୍ରଭାବ ଏତେ ଭୀଷଣ ଥିଲା ଜେ,ରାସ୍ତାଘାଟ ରେ ପାଣି ଜମି ରହିବା ଓ ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ ଯାନ ବାହନ ତଥା ଚଳ ପ୍ରଚଳରେ ରେ ବାଧା ଉପୁଜି ବାରୁ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡ଼ି ଥିଲା। ବିଶେଷ କରି,ଜାତୀୟ ରାଜପଥର ,ଇସକନ ମନ୍ଦିର ନିକଟ,ଛ ନମ୍ବର ମେଡିକାଲ ନିକଟ, ପୁରୁଣା ଭୁବନେଶ୍ୱର୍ ର ରଥ ରୋଡ, ହାଟ ସାହି ,ନୟାପଲ୍ଲୀ ,ଆଚାର୍ଯ୍ୟ ବିହାର ଆଦି ,ବାଣୀ ବିହାର, ବିଭିନ୍ନ ପ୍ରକାର ବସ୍ତି ସହ ପ୍ରମୁଖ ରାସ୍ତା ଗୁଡ଼ିକ ରେ ବର୍ଷା ପାଣି ବହୁ ମାତ୍ରାରେ ଜମି ରହିଥିବା ବେଳେ,ପାଣି ନିଷ୍କାସନ ହୋଇ ନ ପାରି ଵାରୁ, ବହୁ ଲୋକଙ୍କ ଘରେ ପାଣି ପଶି ଆସ ବାସ ପତ୍ର ନଷ୍ଟ ହୋଇଥିବା ବେଳେ,ରାଜଧାନୀ ଚିକିତ୍ସାଳୟ ଆଦି ସବୁ ପାଣି ରେ ବୁଡ଼ିଥିବା ଦେଖିବାକୁ ମିଳି ଥିଲା । ଅପର ପକ୍ଷରେ, ବର୍ଷା ଜଳ ତଥା ଅନ୍ୟାନ୍ୟ ଜଳ ନିଷ୍କାସନ ପାଇଁ ଜୀଉଁ ଡ୍ରେନ ହୋଇଛି,ତାହା ଜବର ଦଖଲରେ ସଙ୍କୁଚିତ ହେବା,ଡ୍ରେନ ପୋତି ହୋଇ ପଡିବା ,ରାସ୍ତାରେ ବିଭିନ୍ନ ପ୍ରକାର ବର୍ଜ୍ୟ ବସ୍ତୁ ଜମା କରି ନିଷ୍କାସନ ପଥ ଅବରୋଧ କରିବା ଆଦି ବର୍ଷାଜଳ ନିଷ୍କାସନ ର ମୁଖ୍ୟ ପ୍ରତି ବନ୍ଧକ ମଧ୍ୟ ବୋଲି ଜଣା ପଡିଛି ।