June 20, 2026

ପିପୁଲ୍ସ କଲେଜର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

IMG-20230801-WA0006
Share

ପିପୁଲ୍ସ କଲେଜର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ
ବୁଗୁଡ଼ା : ତା ୦୧/୦୮/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରସ୍ଥ ସମ୍ମିଳନୀ କକ୍ଷରେ +୨ ବିଜ୍ଞାନ, କଳା ଓ ଧନ୍ଦାମୂଳକ ଶିକ୍ଷାର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମୁଖ୍ୟ ଅଧ୍ୟାପକମାନଙ୍କ ମଧ୍ୟରୁ ପ୍ରଦୀପ କୁମାର ଦାଶ, ଜୟରାମ ବିଷୋୟୀ , ଅକ୍ଷୟ କୁମାର ସାହୁ , ସଞ୍ଜୟ କୁମାର ପ୍ରଧାନ , ଆତ୍ମପ୍ରକାଶ ନାୟକ, ଦିଲ୍ଲୀପ କୁମାର ସେଠୀ ଓ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ପ୍ରମୁଖ ଯୋଗ ଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ହାଇସ୍କୁଲ ଶିକ୍ଷା ପରେ କଲେଜରେ ପ୍ରଥମ କରି ପାଦ ଥାପିଥିବା ଛାତ୍ରଛାତ୍ରୀଙ୍କୁ କଲେଜର ନୀତିନିୟମକୁ ମାନି ନିୟମିତ ଉପସ୍ଥାନକୁ ଧ୍ଯାନ ଦେଇ ପାଠ୍ଯ ଖସଡାକୁ ଅନୁସରଣ ପୂର୍ବକ ପରୀକ୍ଷାରେ ସଫଳତା ସାଙ୍ଗକୁ ଭବିଷ୍ୟତର ଲକ୍ଷ୍ୟ ପ୍ରାପ୍ତି ସକାଶେ ନିଷ୍ଠାର ସହ ଅଧ୍ଯୟନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା । ଅଧିକନ୍ତୁ, କଲେଜରେ ଶୃଙ୍ଖଳା ରକ୍ଷା ସହ ବିନମ୍ରତା ଓ ସମୟାନୁବର୍ତ୍ତିତା ଭଳି ଗୁଣକୁ ଆଦରି ଏବଂ ମାନସିକ ସ୍ଥିରତା ରକ୍ଷା କରି ପାଠ୍ଯ ପୁସ୍ତକ ଅଧ୍ୟୟନ ପୂର୍ବକ ସମୟର ସଦୁପଯୋଗ ପ୍ରତି ଗୁରୁତ୍ବ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏଥି ସହ ନବାଗତ ଛାତ୍ରଛାତ୍ରୀଙ୍କ ପରିଚୟ ଗ୍ରହଣ ପୂର୍ବକ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରି ପରିଶେଷରେ ଧନ୍ଯବାଦ ଅର୍ପଣ କରାଯାଇଥିଲା ।

You may have missed