April 26, 2026

ଯୋଗାଣ ବିଭାଗର ଅନିୟମିତତା ଯୋଗୁଁ , ତିର୍ତ୍ତୋଲ ର ସବୁ ଧାନମଣ୍ଡିରେ ଚାଷୀ ହନ୍ତସନ୍ତ

IMG-20260401-WA0019
Share

         ତିର୍ତ୍ତୋଲ ତା 1/4/2026 ଜଗତସିଂହପୁର ଜିଲ୍ଲା ଯୋଗାଣ ବିଭାଗର ଅନିୟମିତତା ଓ ପାତର ଅନ୍ତର ନୀତି ଯୋଗୁଁ, ତିର୍ତ୍ତୋଲ ବ୍ଲକ ର ସତରଟି ସମବାୟସମିତି ରେ ଖୋଲାଯାଇଥିବା ଧାନମଣ୍ଡି ରେ ହଜାର ହଜାର ଚାଷୀ ଙ୍କ ଧାନ ପଡିରହିଥିଲା ବେଳେ ଏଥିପାଇଁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେବେ ପ୍ରଶ୍ନଉଠୁଛି, ଜିଲ୍ଲା ଯୋଗାଣ ବିଭାଗ, କାହା ନିର୍ଦ୍ଦେଶ ରେ କେତେକ ସୋସାଇଟି କୁ ଶତ ପ୍ରତିଶତ ଟାର୍ଗେଟ ପ୍ରଦାନ କରିଥିବା ବେଳେ ତିର୍ତ୍ତୋଲ ର ଅଧିକାଂଶ ସମବାୟ ସମିତି କୁ ମାତ୍ର 60/70/75 ପ୍ରତିଶତ ଟାର୍ଗେଟ ଦିଆଯାଇଛି l ଯାହାଫଳରେ ପ୍ରାୟ ସବୁ ଧାନମଣ୍ଡିରେ, ମାର୍ଚ୍ଚମାସ ସରିଥିଲେ ମଧ୍ୟ ହଜାରହଜାର କୁଇଣ୍ଟାଲ ଧାନବସ୍ତା ପଡ଼ିରହିଛି l କନକପୁର ର ଜନକଲ୍ୟାଣ ସେବା ସମବାୟ ସମିତି, କଟରା ର ସନ୍ଥବିନୋବା ସେବା ସମବାୟ ସମିତି ସମେତ ପଟିଲୋ, ଗରାମ , ତୁଳଙ୍ଗ, ବୋଧେଇ, ଗୋବିନ୍ଦପୁର, ବିରିତୋଳ, ଗୋପାଳପୁର ବାଟ ମଙ୍ଗଳା ସୋସାଇଟି, ଜଗନ୍ନାଥପୁର, ତିର୍ତ୍ତୋଲ, ତରଜଙ୍ଗା, ସାମନ୍ତରାପୁର , କୋଲର, ଦାଇଁଲ , ଓ ଶଙ୍ଖେଶ୍ୱର ଆଦି ସମବାୟସମିତି ର ଧାନମଣ୍ଡି ମାନଙ୍କରେ ଧାନ ଉଠାଇବାପାଇଁ, ଚାଷୀମାନେ ଦୌଡ଼ି ଦୌଡ଼ି ନାକେଦମ ହେଲେଣି l ଜିଲ୍ଲା ଯୋଗାଣ ବିଭାଗ ରୁ ଟାର୍ଗେଟ ଆସିଲା ପରେ ଯାଇ ଧାନ ଉଠାଯିବ ବୋଲି ସୋସାଇଟି ର ସମ୍ପାଦକ ମାନେ ଚାଷୀମାନଙ୍କୁ କହିଚାଲିଥିଲେ ମଧ୍ୟ କେବେ ଟାର୍ଗେଟ ଆସିବ ଆଉ କେବେ ଧାନ ଉଠିବ, ଏନେଇ ଚାଷୀମାନେ ଉତ୍କଣ୍ଠା ର ସହ ଚାହିଁ ରହିଛନ୍ତି l ତେବେ ସବୁଠାରୁ ବିସ୍ମୟଜନକ ଘଟଣା ହେଉଛି, ଜଗତସିଂହପୁର ଜିଲ୍ଲା ଯୋଗାଣବିଭାଗ କାହା ଇଙ୍ଗିତରେ ପରିଚାଳିତ ହୋଇ ଏପରି ପାତରଅନ୍ତର ନୀତି କରୁଛନ୍ତି, ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ ଆଶୁକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନବନିର୍ମାଣ କୃଷଜ ସଙ୍ଗଠନ କର୍ମକର୍ତ୍ତା ମାନଙ୍କ ସମେତ ତିର୍ତ୍ତୋଲ ଅଞ୍ଚଳର ଶହଶହ ଚାଷୀ ଦୃଢ଼ ଦାବୀକରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର