ଦେଉଳି ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

ବୋଲଗଡ଼,୦୧/୦୪(ଉପାନ୍ତ ଖବର): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ଗ୍ରାମରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୨୫ ବର୍ଷର ପୂର୍ତ୍ତି ଅବସରରେ ଦୁଇ ଦିନ ଧରି ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ମଣ୍ଡଳର ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ଓ ସମ୍ମାନିତ ଅତିଥିଭାବେ ଲଲାଟେନ୍ଦୁ କେଶରୀ ସିଂହ, ଇଂଜିନିୟର ବିରେନ୍ଦ୍ର କୁମାର ନାୟକ ଓ ବିଦ୍ୟାଳୟର ପରିଚାଳନା ସଭାପତି ରାଜକିଶୋର ବ୍ରହ୍ମା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିକଶିତ ରାଷ୍ଟ୍ର ଗଠନର ମାର୍ଗ ଦେଖାଇବା ସହ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା,ପୁରାତନ ଗୁରୁମା ମାନଙ୍କୁ ଟଫି ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ଦ୍ବିତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବାରିକ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡିଶା ପୂର୍ବପ୍ରାନ୍ତ ସେବା ପ୍ରମୁଖ ମହେଶ୍ୱର ସାହୁ ଯୋଗଦେଇ କଠିନ ପରିଶ୍ରମ ବଳରେ ସଫଳତା ହାସଲ, ପାଠ ପଢିବା ସହ ଅନ୍ୟ କ୍ଷେତ୍ର ରେ ପାରଦର୍ଶିତା ହାସଲ କରିବା ପାଇଁ ଲକ୍ଷ ରଖିବା ଉଚିତ, ପିଲା ମାନଙ୍କୁ ପିଲାଟି ଦିନରୁ ସବୁ କ୍ଷେତ୍ରରେ ଲକ୍ଷ କରିବା,ପିଲାଙ୍କ ପ୍ରତି ଅଭିଭାବିକା ଦାୟିତ୍ଵ ଉପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ଆଲୋକ ପାତ କରିଥିଲେ। ଏହି ଅବସରରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଅନୁଷ୍ଠାନର ସମ୍ପାଦକ ନବ କିଶୋର ରଥ ଓ ପ୍ରଧାନ ଆଚାର୍ଯ୍ୟ ବାସନ୍ତୀ ବାଳା ମହାପାତ୍ର ଙ୍କର ସହଯୋଗରେ ରୌପ୍ୟ ଜୟନ୍ତୀ ସମାରୋହ ସୁନ୍ଦର ଭାବରେ ସମ୍ପାଦନା ହୋଇଥିଲା ସର୍ବଶେଷ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
