ବୁଗବୁଗା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ
ବରଗଡ,
ବୁଧବାର ଦିନ ବାବେବିରା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାବେବିରା ଠାରେ ବୁଗବୁଗା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ସି.ଆର୍.ସି.ସି. ନନ୍ଦିଘୋଷ ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ର ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକ, ଶିକ୍ଷାବିତ୍ ମନବୋଧ ନାଏକ,ଶିକ୍ଷାପ୍ରେମୀ ଦିବାକର ପ୍ରଧାନ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୃତ କୁମାର ବାରିକ ଓ ମୁକେଶ ଭୂଷାଗର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଚେୟାରମେନ ଭୁଏ , ଭାଇସ ଚେୟାରମେନ ନଳିନୀ ନାଏକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାବେବିରା ର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପତି ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବ କନିଷ୍ଠ,କନିଷ୍ଠ ଏବଂ ବରିଷ୍ଠ ବିଭାଗରେ କୁଇଜ୍,ଚିତ୍ରାଙ୍କନ,ବକ୍ତୃତା,ପ୍ରବନ୍ଧ ଲିଖନ, ଓଡ଼ିଆ ହସ୍ତାକ୍ଷର ଲିଖନ,ଗଣିତ ଦୌଡ଼,ଗଳ୍ପ କଥନ,ମଧ୍ୟାହ୍ନ ଭୋଜନ ଶିଳ୍ପକଳା,ଚିତ୍ରକଳା , ସଙ୍ଗୀତ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୂଚନା ଓ ଲୋକ ସଂପର୍କ ବିଭାଗ ସମ୍ବଲପୁରର ଉତ୍ତରାଞ୍ଚଳ ଯୁଗ୍ମ ନିର୍ଦ୍ଦେଶିକା କଲ୍ୟାଣୀ ଦାଶ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ସୁସ୍ଥ,ଶାଳୀନତା,
ସ୍ୱାବଲମ୍ବୀ ଏବଂ ସେବା କରିବା ପାଇଁ ପରାମର୍ଶ ଦେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ତାଙ୍କ ସହ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପତ୍ରାପାଲିର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ସାହୁ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲୁଣ୍ଡାର ନୃପ ଭୋଇ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମଟିକ୍ରାର କିଚକ ସୁନା ମଧ୍ୟ ଉପସ୍ଥିତ ଥିଲେ ।ଏହି ପ୍ରତିଯୋଗିତାରେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ମାନପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅରୁଣା ଭୋଇ ମଞ୍ଚ ପରିଚାଳନାରେ ସହଯୋଗ କରିଥିବା ହାସ୍ୟ ଅଭିନେତା ସୁମନ୍ତ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପତ୍ରାପାଲି ର ଗ୍ରୁପ୍ । ଧନ୍ୟବାଦ୍ ଅର୍ପଣ କରିଥିଲେ କ୍ରୀଡ଼ା ଶିକ୍ଷକ ସୁଦୀପ୍ତ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବାବେବିରା ଗ୍ରାମବାସୀ ସହଯୋଗ କରିଥିଲେ ।
