ବଙ୍କାପଲା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨O୨୬ ଅନୁଷ୍ଠିତ ହୋଇଯାଇଛି।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, କଲମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବରଗାଁ କ୍ଲଷ୍ଟର ଅନ୍ତର୍ଗତ ବଙ୍କାପଲା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ କାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨O୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ କାଳିନ୍ଦୀ ପଣ୍ଡା ଯୋଗ ଦେଇଥିବାବେଳେ, ବଙ୍କାପଲା ଉ.ପ୍ରା ବିଦ୍ୟାଳୟର ସଭାପତି ବିପିନ ବଛା, ଭେନ୍ୟୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ଭୋଇ, ଇଛାପୁର ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ପଣ୍ଡା, ଦେପୁର ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟରଞ୍ଜନ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜିତେନ୍ଦ୍ର ନାଏକଙ୍କ ତତ୍ତ୍ଵଅବଧାନରେ ପରିଚଳିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରୁଦ୍ରାକ୍ଷ୍ୟ ନିଆଲ ଓ ଶିକ୍ଷୟିତ୍ରୀ ପ୍ରେମାଞ୍ଜଳି ବାଗ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅନୁଯାୟୀ ଶିଶୁମାନଙ୍କ ଠାରେ ଥିବା ଲୁକ୍କାୟିତ ପ୍ରତିଭା ଗୁଡିକୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ କୁଇଜ, ଶ୍ରୁତି ଲିଖନ, ପ୍ରବନ୍ଧ, ପି.ଏମ ପୋଷଣ ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ସଂଗୀତ ଆଦି ପ୍ରତିଯୋଗିତା ଗୁଡିକ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ଗୁଡିକରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚସିନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର ନାଏକ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।
