ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬ର ୧୯୭୬ ବ୍ୟାଚ୍ର ସ୍ୱର୍ଣ୍ଣ ଜୟନ୍ତୀ
ଭୁବନେଶ୍ୱର ( ଦେବାଶିଷ ଦାଶ )
ଭୁବନେଶ୍ୱରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬ର ୧୯୭୬ ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଛାଡ଼ିବାର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିଛନ୍ତି। ଉତ୍ସବରେ ୟୁନିଟ୍-୬ ବାଳିକା ଉଚ୍ଚ ବିଦ୍ୟାଳୟର ସହପାଠିନୀ ତଥା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରୂପାଲି ସେନାପତି ଏବଂ ପୁରାତନ ଛାତ୍ର ସଂଘର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ଦାସ ମଧ୍ୟ ଉପସ୍ଥିତ ଥିଲେ।
ଆଶିଷ ପଟ୍ଟନାୟକ ସଭା ପରିଚାଳନା କରିଥିବାବେଳେ ବିଜୟ ପ୍ରଧାନ କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ। ଉତ୍ସବରେ ସୁଧାକର ପଣ୍ଡା, ତାରିଣୀ ମହାନ୍ତି, କ୍ଷୀରୋଦ ମହାପାତ୍ର, ସୁଭାଷ ମହାପାତ୍ର, ଜୟଶ୍ରୀ କର, ସିପ୍ରା ଦାସ ଓ ପ୍ରଭାତ ଦାସଙ୍କ ସହ ପ୍ରାୟ ୯୦ ଜଣ ପୁରାତନ ଛାତ୍ରଛାତ୍ରୀ ଓ ସେମାନଙ୍କ ଜୀବନସାଥୀ ଯୋଗଦେଇଥିଲେ।
ସମାବେଶରେ ପୁରୁଣା ସ୍ମୃତି ଓ ବନ୍ଧୁତ୍ୱକୁ ସ୍ମରଣ କରାଯାଇଥିଲା। ଆନନ୍ଦମୟ ପରିବେଶରେ ଉତ୍ସବର ସମାପନ ହୋଇଥିଲା।
