October 14, 2026

ଗଜପତି:-ସଖୀ ୱାନ୍‌-ଷ୍ଟପ୍ ସେଣ୍ଟର ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

IMG-20261013-WA0088
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଇଏସ୍‌ଆର୍‌ଡି ଅନ୍ତର୍ଗତ “ସଖୀ” ୱାନ୍‌-ଷ୍ଟପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ତନ କର୍କଟ ରୋଗ ଯାହାକି ସ୍ତନର କୋଷ ଗୁଡିକରୁ ଏହା କିପରି ସୃଷ୍ଟି ହୋଇଥାଏ , ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ କଣ , ସମୟୋଚିତ ଡାକ୍ତରୀ ପରାମର୍ଶ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଏଥି ସହିତ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ସମ୍ବଳିତ ଲିଫ୍‌ଲେଟ୍‌ ଜନସାଧାରଣଙ୍କୁ ବଣ୍ଟନ କରାଯାଇଥିଲା।

ମୁଖ୍ୟତଃ ଭାବେ ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଏବଂ ଆବଶ୍ୟକ ସମୟରେ ଉପଯୁକ୍ତ ଡାକ୍ତରୀ ପରାମର୍ଶ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମାଜସେବୀ ଜସ୍ମିନ୍ ସେଖଙ୍କ ସମେତ ସୁନିତା ମହାରଣା, ମଧୁସ୍ମିତା ସାହୁ, ମୋହିନୀ ପ୍ରଧାନ, ସୁନିତା ରଥ, ସୁଧୀର ସାବତ , ଦେବାନନ୍ଦ ଦାସଏବଂ ସାଖୀ ୱନ୍‌-ଷ୍ଟପ୍ ସେଣ୍ଟରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଜନସଚେତନତା ସୃଷ୍ଟି କରିଥିଲେ। ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଏବଂ ଏଭଳି ପଦକ୍ଷେପ ମାଧ୍ୟମରେ ସ୍ତନ କର୍କଟ ସମ୍ପର୍କିତ ଭୟ ଓ ଭ୍ରାନ୍ତ ଧାରଣା ଦୂର ହୋଇପାରିବ ବୋଲି କାର୍ଯ୍ୟକ୍ରମ ଅବସରରେ ମତପ୍ରକାଶ ପାଇଥିଲା।

ପରିଶେଷରେ ସ୍ତନ କର୍କଟ ରୋଗର କାରଣ ଓ ତାର ନିରାକରଣ ସମ୍ପର୍କରେ ଅବଗତ ହେବା ସହ କର୍କଟ ମୁକ୍ତ ଭାରତ ପ୍ରୟାସ ଅଭିଯାନକୁ ଉତ୍ସାହିତ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରା ଯାଇଥିଲା ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————-

You may have missed