ଉମରକୋଟ ବ୍ଳକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉମରକୋଟ ବ୍ଳକ୍ ର ପ୍ରତ୍ୟେକ କ୍ଲଷ୍ଟର ରୁ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନେ ତର୍କ, ଭାଷଣ, ରଚନା, କୁଇଜ୍, ଚିତ୍ରାଙ୍କନ, ପି ଏମ ଶିଳ୍ପ କଳା, ଚିତ୍ର କଳା, ସଙ୍ଗୀତ, ସୃଜନତ୍ମକ ଲିଖନ, ସାଂସ୍କୃତିକ ପ୍ରତିଯୋଗିତା ଅନଷ୍ଠିତ ହୋଇଥିଲା। ଅପରାହ୍ନ ରେ ଅନୁଷ୍ଟିଟ ଉଦଯାପନୀ ସମାରୋହରେ ବରେଣ୍ୟ ଅତିଥି ଭାବେ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା, ମାନ୍ୟବର ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଶେଷାନନ୍ଦ ମିଶ୍ର, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ରାୟ, ଶ୍ରୀ ଶୋଭନ ମଣ୍ଡଳ, ଶ୍ରୀ ଉଗ୍ରସେନ ନାୟକ , ପ୍ରଧାନଶିକ୍ଷକ ଶ୍ରୀ ଅସୀମ କୁମାର ବିଶ୍ବାସ, ଅଟିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ବାଘ୍, ଶ୍ରୀ ସୋନା ମାଝୀ ପ୍ରମୁଖ ମଞ୍ଚାସୀନ ହୋଇ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହାସଲ କରିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରଷ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥଲେ। ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଓ ଛାତ୍ରୀ ମାନଙ୍କ ପ୍ରତିଭା ଅନ୍ୱେଷଣ ହେଉଥିବା ରୁ ଏଭଳି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ। ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ପ୍ରଥମ୍ ସ୍ଥାନ ହାସଲ କରିଥିବା ଛାତ୍ର ଓ ଛାତ୍ରୀ ମାନେ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ମଞ୍ଚ ପରିଚାଳନା କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ଆଦିତ୍ୟ ଶର୍ମା । ପରିଶେଶ ରେ ଧାନ୍ୟବଡ ଅର୍ପଣ କରିଥିଲେ ଅରୁଣ କୁମାର ବେହେରା । ବ୍ଳକ୍ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
