କାଶୀପୁର ବ୍ଲକ ଠାରେ ଇଣ୍ଡିଆ ମେଣ୍ଟ ର କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି କୁ ନେଇ ଆଜି ଶାନ୍ତିପୂର୍ଣ ଭାବେ ବନ୍ଦ ପାଳନ ସଫଳ ହେଇଯାଇଛି
କାଶୀପୁର, 8/10 ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଛକ ମାନଙ୍କରେ ଉକ୍ତ ଦଳ ର ଶତାଧିକ କର୍ମୀ ପକ୍ଷରୁ ଚଳିତ ସରକାର ଙ୍କର ମନମୁଖୀ ଓ ଜନବିରୋଧୀ ନୀତି ବିରୋଧ ରେ ଆଜି 12 ଘଣ୍ଟିଆ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ ହେଇଯାଇଛି l
ବନ୍ଦ ପାଳନ କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ 24 ଟି ଗ୍ରାମପଞ୍ଚାୟତ ର ଉକ୍ତ ଦଳର ସମିତି ସଭ୍ୟ, ସରପଞ୍ଚ, ପଞ୍ଚାୟତ ସଭାପତି ସମେତ ଶତାଧିକ ଦଳ ର କର୍ମୀ ସକାଳ 6 ରୁ ଅପହରାଂହ 6 ପର୍ଯ୍ୟନ୍ତ ଉପସ୍ଥିତ ରହି ଉକ୍ତ ବନ୍ଦ ପାଳନ କୁ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା l
ବନ୍ଦ ସମୟ ରେ ବ୍ଲକ ଅନ୍ତର୍ଗତ ଟିକିରି ନିକଟ ର ତୋତାଗୁଡା, ଦୋରା ସାହି ଛକ , ଝୋଡ଼ିଆ ସାହି ଛକ,ସରିସ ପଦର ଛକ , ନୂଆ ପଡା, ଡ଼ଙ୍ଗାସିଲ, ଲଦି ଗୁଡା ଛକ , ନୂଆ ଗାଁ, ଚନ୍ଦ୍ରଗିରି, ପୋଡାପାଡି, ଧର୍ମା ଗୁଡା, ଗୋରୋଖପୁର, କାଶୀପୁର ସ୍ଥିତ ହାଟପଦା,ଲକ୍ଷ୍ମୀ ବଜାର ଛକ ଓ ଆଇଫାଡ଼ ଛକ ରାସ୍ତା ଅବରୋଧ କରିବା ସହିତ ଚଳିତ ସରକାର ଙ୍କର ଜନବିରୋଧୀ ନୀତି ଯଥା “ଭୋଟ ଚୋରି ” ସମ୍ପର୍କ ରେ ମୁଖ୍ୟ ନିର୍ବାଚନ ଆଯୁକ୍ତ ଙ୍କର ବହିଷ୍କାର /ଗିରଫ, ଖଣି ଦୁର୍ନୀତି ପ୍ରସଙ୍ଗ କୁ ନେଇ ଏମ ଏମ ଡି ଆର ବିଲ ବହିଷ୍କାର, ଜନସାଧାରଣ ଙ୍କୁ ଭୋଟ ଅଧିକାର ରୁ ବଞ୍ଚିତ ପ୍ରସଙ୍ଗ କୁ ନେଇ ଏସ ଆଇ ଆର ଆଇନ କୁ ପ୍ରତ୍ୟାହାର ପୁଣି ରାଜ୍ୟ ର ଛାତ୍ର ଛାତ୍ରୀ ଙ୍କର ଅନ୍ଧାର ଭବିଷ୍ୟତ ପ୍ରସଙ୍ଗ ରେ ଓଡିଶା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କର ଇସ୍ତଫା /ବହିଷ୍କାର ଓ ସାମ୍ପ୍ରତିକ ବନ୍ୟା ପରିସ୍ଥିତି କୁ ସରକାରୀ ଉଦାସୀନତା କୁ ସମାଲୋଚନା କରିଥିବା ବେଳେ ବିଭିନ୍ନ ନାରା ଦେଉଥିବା ଦେଖିବାକୁ ମିଳିଥିଲା l
କାର୍ଯ୍ୟକ୍ରମ ରେ କୌଣସି ଅପ୍ରିୟ ଘଟଣା ହେଇ ନ ଥିବାବେଳେ ସୁରକ୍ଷା ଦାଇତ୍ୱ ରେ ଟିକିରି ଥାନା ଓ କାଶିପୁର ଥାନା ପକ୍ଷରୁ କଡା ପହରା ଦିଆଯାଇଥିଲା l ସେହିପରି ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରୁ ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ, ଏମପି ପ୍ରତିନିଧି ସାନ୍ଧୁ ଚରଣ ମାଝୀ, ଏମଏଲଏ ପ୍ରତିନିଧି ଝିଜୁରୁ ମାଝୀ, ପୂର୍ବତନ ସଭାପତି ଅଙ୍ଗଦ ନାଏକ, ବରିଷ୍ଠ ନେତା ଜଗେନ୍ଦ୍ର ନାଏକ, ପି ଦେବେନ୍ଦ୍ର ରାଓ, ପାଇଲ ମାଝୀ, ଅନିଲ ଜୈନ, ରାଜେନ୍ଦ୍ର ନାଏକ, ପୁରୋ ସିଂ, ବାବୁ ମହାନ୍ତି, ସୁନା ସିଂ ମାଝୀ, ଜୟନ୍ତ ବୈଠରୁ,ମହିଳା କଂଗ୍ରେସ ସଭାନେତ୍ରୀ ଗୌରୀ ନାଏକ, ଓ ରାଧା ନାଏକ ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ l
