October 8, 2026

ଆଞ୍ଚଳିକ ଭୁ – ସମ୍ପତ୍ତି ସୁରକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

IMG-20261008-WA0080
Share

 

ଗତ 19.09.2026 ରେ ରାଜ୍ୟ ସରକାର “ଶ୍ରୀ ଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମ 2026” ପ୍ରକାଶ କରିଛନ୍ତି। ଏହି ନିୟମରେ ଖୋର୍ଦ୍ଧାର ଏକ୍ସରାୟତ ମାହାଲ ଏବଂ ପୁରୀର ସତେରଶହି ହଜାରୀ ମାହାଲକୁ ବାଦ୍ ଦିଆଯାଇଛି। ଯାହା ହଜାର ହଜାର ରୟତଙ୍କ ପାଇଁ ଅତ୍ୟନ୍ତ ଅନ୍ୟାୟ ଓ ଦୁଃଖଦାୟକ।

2003 ମସିହାର ସୁନିର୍ଦିଷ୍ଟ ପଲିସିରେ ଉଭୟ ମାହାଲ ଅନ୍ତର୍ଭୁକ୍ତ ଥିଲା। ଏବେ ତାହାକୁ ହଠାତ୍ ବାଦ୍ ଦେବାର କାରଣ କ’ଣ ?

1858 ପୂର୍ବରୁ ଶ୍ରୀମନ୍ଦିର ପାଇଁ ବ୍ରିଟିଶ ସରକାର ଆର୍ଥିକ ସହାୟତା ଦେଉଥିଲେ। 1858 ପରେ ତାହା ବନ୍ଦ କରି ସେହି ଅର୍ଥ ବଦଳରେ ଏକ୍ସରାୟତ ଓ ସତେରଶହି ହଜାରୀ ମାହାଲ ସୃଷ୍ଟି କରାଗଲା। ସେହିଦିନଠୁ ଏହି ଅଞ୍ଚଳର ଚାଷୀମାନେ ଶ୍ରୀ ଜଗନ୍ନାଥଙ୍କୁ କେବଳ ଖଜଣା ଦେଇ ଆସୁଛନ୍ତି, ସେମାନେ କୌଣସି ସେବାୟତ ନୁହନ୍ତି। ସମଙ୍ଗରା, ବାର୍ଗାଁ, ବାଲିଗୁଆଳି ଆଦି ଅଞ୍ଚଳର 6000 ଏକରରୁ ଅଧିକ ଜମି ଏହି ମାହାଲ ଅନ୍ତର୍ଗତ। 1974 ରେ ରାଜ୍ୟ ସରକାର ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ 1951 ର ସଂଶୋଧନ ଆଣି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମିଦାରୀ ଅଧୀନରେ ଥିବା ପୁରୀର ସତେରଶହି ହଜାରୀ ମାହାଲକୁ ସରକାର ବାରଗାଁ, ସମଙ୍ଗରା, ଆଲିପିଙ୍ଗା ଇତ୍ୟାଦି ଅଞ୍ଚଳର ମୌଜା ଓ ଖୋର୍ଦ୍ଧା ଜିଲ୍ଲାର ଏକ୍ସରାୟତ ମାହାଲର ମୌଜାଗୁଡିକୁ ତତ୍କାଳୀନ ଓଡ଼ିଶା ସରକାର ନିଜ ଜମିଦାରୀ ଅଧୀନକୁ ଆଣିଲେ। ସେହେତୁ 1977 ବନ୍ଦୋବସ୍ତ ସମୟରେ ଏହି ଜମିଦାରୀ ଉଚ୍ଛେଦ ଆଇନ ଓଡ଼ିଶା ରାଜ ବ୍ୟାପକ ଭାବେ ବିଚାରାଧୀନ ଥିବା ବେଳେ ବନ୍ଦୋବସ୍ତ ଓ ଜମିବନ୍ଦୀ ର ଜମିଦାର କଲମ ରେ “ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାରଫତ ମନ୍ଦିର ପରିଚାଳନା କମିଟି” ନାମ ଉଲ୍ଲେଖ ରହିଗଲା। ପରବର୍ତ୍ତୀ ସମୟରେ ଜମିର ବର୍ଗ ଓ ଉତ୍ତରଣ ନ୍ୟାଳୟ ଏହି ସତେରଶହି ହଜାରୀ ମାହାଲ (estate) ଓ ଏକ୍ସରାୟତ ମାହାଲ (estate) ରୁ ଜମିଦାରୀ ଉଚ୍ଛେଦ ସପକ୍ଷରେ ରାୟ ପ୍ରକାଶ କଲେ। ଉତ୍ତରଣ ନ୍ୟାୟାଳୟ ଜଣ ଏହି ରାୟ ଅନୁସାରେ ସ୍ଥାନୀୟ ପରିଚାଳନା କମିଟି ଓଡ଼ିଶା ରାଜସ୍ୱ ବିଭାଗ ଠାରୁ କ୍ଷତି ପୂରଣ ଗ୍ରହଣ କରିନେଲେ। 1977 ରୁ ଏହି ମାହାଲ ରେ ଥିବା ଭୂମିହୀନ ଓଡ଼ିଶା ସରକାରଙ୍କୁ ଖଜଣା ପଟ୍ଟା କରିଆସୁଛନ୍ତି। ଏହି ମାହାଲ ମାନଙ୍କରେ ଥିବା ବହୁତ ମୌଜା କେବଳ ସଂଗ୍ରାହକ ହୋଇରହିଛି ସେଥିପାଇଁ ବି ଜମିଦାରୀ ଭାବେ ଓଡ଼ିଶା ସରକାରଙ୍କ ନାମ ଉଲ୍ଲେଖ ରହିଛି। କିନ୍ତୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଶାସନିକ ଅବହେଳା ଯୋଗୁଁ ଏହି ମାହାଲ ର କେତେକ ମୌଜା ର କେବଳ ସଂଗ୍ରାହକ ଦସ୍ତାବିଜ ହରାଇବା ଆଶଙ୍କା ରହିଛି। ଯାହେଉ ଓଡ଼ିଶା ଆଇନ ବିଭାଗ 2015 ର ଉତ୍ତରଣ ନ୍ୟାଳୟ ର ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ସିଦ୍ଧ ମଠ ବିବାଦର ରାୟକୁ ଦର୍ଶାଇ କହି ଏହି ଦୁଇ ମାହାଲକୁ “ଶ୍ରୀ ଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମ 2026” ରେ ସମ୍ପୃକ୍ତ କରିନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ଆମେ ପ୍ରଶାସନିକ ଆଇନଗତ ମାଧ୍ୟମରେ ଅନୁରୋଧ କରୁଛୁ କି ଆମର ଜମି କେବଳ କୁ ସଂଗ୍ରାହକ କରି ଓଡ଼ିଶା ସରକାର କୁ ଜମିଦାରୀ କଲମରେ ଉଲ୍ଲେଖ କରି ଆମମାନଙ୍କୁ ପୂର୍ବଭଳି ଭୂ-ସ୍ୱାମୀତ୍ୱ ସ୍ୱତ୍ୱ, ବିକ୍ରୟ ଅଧିକାର ଓ ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ ଯୋଜନାରୁ ସୁଯୋଗ ଦେବା ପାଇଁ ଅନୁରୋଧ କରୁଅଛୁ। ନଚେତ ଅନେକ ପୁରାତନ ରାୟତ ବାସିନ୍ଦା କୁ ବିସ୍ଥାପିତ ହେବା ଭଳି ହବ। ଏଣୁ ଏହାକୁ ସମ୍ପୂର୍ଣ ଭାବେ ରାଜ୍ୟ ସରକାର ବାଦ୍ କରନ୍ତୁ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l