October 8, 2026

ଗୋଟିଏ ଦିନରେ ମା’ ଓ ପୁଅଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

IMG-20261008-WA0078
Share

 

 

ଖଇରା ( ଦେବାଶିଷ ଦାଶ )

 

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ଗାଁରେ ଗିରିଶ ଚନ୍ଦ୍ର ନାୟକ ଏବଂ ମା’ ଜେମାମଣି ନାୟକଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାପତି ଅନୁଷ୍ଠିତ ହୋଇଯାଇଛି । ମା’ ଓ ପୁଅଙ୍କର ଗୋଟିଏ ଦିନରେ ଶ୍ରଦ୍ଧାଞ୍ଜଳି ସଭା । ଅବସରପ୍ରାପ୍ତ କର୍ମଚାରୀ ସଂଘ,କୁପାରି ଶାଖ, ବାଲେଶ୍ଵର ଜିଲ୍ଲା ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଏଥିରେ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା, ସମ୍ପାଦକ ଶତ୍ରୁଘ୍ନ ଦାସ, କାର୍ଯ୍ୟକାରୀ ସଭାପତି ବାସୁଦେବ ପଣ୍ଡା, ସଭ୍ୟ ବସନ୍ତ କୁମାର ଦାସ, ନାରାୟଣ ଚନ୍ଦ୍ର ପେଡା, ବିଷ୍ଣୁ ପ୍ରସାଦ ବହଳୀ, ଦାମୋଦର ସେଣ୍ଢ, ପ୍ରଫୁଲ୍ଲ କୁମାର ଦାଶ, ବାଞ୍ଛାନିଧି ସାହୁ, ଗୟାଧର ବେହେରା, ଭରତ ଚନ୍ଦ୍ର ଦାସ, ହୃଷିକେଶ ପରିଡ଼ା, ଗୋଲକ ପ୍ରସାଦ ନାୟକ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିବାର, ବନ୍ଧୁ ବାନ୍ଧବ, ପ୍ରିୟ ପରିଜନ, ସାଙ୍ଗ ସାଥି ଏବଂ ମା’ ଓ ପୁଅଙ୍କୁ ଭଲ ପାଉଥିବା ବ୍ଯକ୍ତି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେମାନଙ୍କ ଗୁଣଗାନ କରିଥିଲେ । ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାଟି ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିଲା ।।