October 7, 2026

ଗଜପତି:-ସିୟୁଟିଏମ୍ ପାରଳାଖେମୁଣ୍ଡି ପରିସରରେ “କୋର୍ ଇଞ୍ଜିନିୟରିଂରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ” ଶୀର୍ଷକ ଉପରେ ଏକ ମ୍ୟାଟଲାବ୍ ଓ ସିମୁଲିଙ୍କ୍ କର୍ମଶାଳା ଆୟୋଜିତ ।

IMG-20261006-WA0105
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍) ପରିସରରେ ସିୟୁଟିଏମ୍ ର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ଏସ:ଓ:ଇ:ଟି) ଅଧୀନସ୍ଥ ଇସିଇ-ଇଇଇ ବିଭାଗ ପକ୍ଷରୁ କୋର୍ ଇଞ୍ଜିନିୟରିଂରେ ଏଆଇ ଓ ମେସିନ୍ ଲର୍ନିଙ୍ଗ ର ପ୍ରୟୋଗ” ସମ୍ପର୍କିତ ବିଷୟବସ୍ତୁ ଉପରେ ଏକ ମ୍ୟାଟ-ଲ୍ୟାବ ଓ ସିମୁଲିଙ୍କ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳାର ମୁଖ୍ୟ ସମ୍ବଳ ବ୍ୟକ୍ତି ଭାବେ ଶ୍ରୀ ପିକନ୍ ମଜୁମଦାର, ମ୍ୟାଟଲାବ୍ ଆପ୍ଲିକେସନ୍ ଇଞ୍ଜିନିୟର୍, ଏଲମାକ୍ସ ସିଷ୍ଟମ୍ସ ଆଣ୍ଡ ସଲ୍ୟୁସନ୍ସ, ଯୋଗଦେଇ ମ୍ୟାଟଲାବ୍ ଓ ସିମୁଲିଙ୍କ୍‌ର ଆଧୁନିକ ପ୍ରୟୋଗ ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଓ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ।

କର୍ମଶାଳାରେ ମ୍ୟାଟଲାବ୍ ଓ ସିମୁଲିଙ୍କ୍‌ର ଆଧୁନିକ ଇଞ୍ଜିନିୟରିଂ ପ୍ରୟୋଗ, ମ୍ୟାଟଲାବ୍ ଆପ୍ସ ଓ ଟୁଲବକ୍ସ, ଡାଟା ଆକ୍ୱିଜିସନ୍ ଆଣ୍ଡ ଆନାଲିଟିକ୍ସ, କର୍ଭ ଫିଟିଙ୍ଗ୍, ନ୍ୟୁମେରିକାଲ୍ ମେଥଡ୍ସ, ଡାଟା ପ୍ରିପ୍ରୋସେସିଂ ଆଣ୍ଡ ଭିଜୁଆଲାଇଜେସନ୍, ସୁପରଭାଇଜ୍ଡ ଓ ଅନ୍‌ସୁପରଭାଇଜ୍ଡ ମେସିନ୍ ଲର୍ଣ୍ଣିଂ, ରିଇନ୍‌ଫୋର୍ସମେଣ୍ଟ ଲର୍ଣ୍ଣିଂ, ରିଗ୍ରେସନ୍ ଆଣ୍ଡ କ୍ଲାସିଫିକେସନ୍, ଇମେଜ୍ ପ୍ରୋସେସିଂ, ଇମେଜ୍ ଏନ୍‌ହାନ୍ସମେଣ୍ଟ, ଫିଲ୍ଟରିଂ, ଡିପ୍ ଲର୍ଣ୍ଣିଂ ଏବଂ କମ୍ପ୍ୟୁଟର୍ ଭିଜନ୍ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ଓ ପ୍ରାୟୋଗିକ ପ୍ରଦର୍ଶନ କରାଯାଇଥିଲା।

ଏହି କର୍ମଶାଳାକୁ ଡ.ପ୍ରଭାତ କୁମାର ପଟ୍ଟନାୟକ ସମନ୍ୱୟ କରିଥିଲେ। କର୍ମଶାଳାର ଫ୍ୟାକଲ୍ଟି ଇନ୍‌ଚାର୍ଜ ଭାବେ ପ୍ରଫେସର୍ ଦିନେଶ କୁମାର, ପ୍ରଫେସର୍ ଏନ୍. ଜୀବରତ୍ନମ୍, ଡ. ଅରବିନ୍ଦ ବାଗ୍, ଡ. ଦୁଖୀଶ୍ୟାମ ସାବତ, ଡ. ଆଶିଷ ରଞ୍ଜନ ଷଡ଼ଙ୍ଗୀ, ଡ. ରିଭୁ ଆଭୂଷଣ ପଣ୍ଡା ଏବଂ ପ୍ରଫେସର୍ ଏସ୍. ଏନ୍. ପାଢ଼ୀ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହି କର୍ମଶାଳା ମାଧ୍ୟମରେ ଅଂଶଗ୍ରହଣକାରୀ ଶିକ୍ଷକମାନେ ଏବଂ ଛାତ୍ର ମାନେ ମ୍ୟାଟଲାବ୍ ଆଧାରିତ କମ୍ପ୍ୟୁଟେସନାଲ୍ ଟୁଲ୍ସ ଏବଂ ଏଆଇ/ଏମ୍‌ଏଲ୍ ଟେକ୍ନିକ୍ସ ବିଷୟରେ ପ୍ରାୟୋଗିକ ଅନୁଭୂତି ହାସଲ କରିଥିଲେ। ଏହା ଶିକ୍ଷାଦାନ, ଗବେଷଣା ଏବଂ କୋର୍ ଇଞ୍ଜିନିୟରିଂ ଆପ୍ଲିକେସନ୍ସରେ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ପାଇଁ ଉପଯୋଗୀ ତଥା ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————-