ସାମୂହିକ ବନ୍ଦେ ମାତରମ୍ ଗାନ
ବରଗଡ,ତା ୨୫/୯
ଶୁକ୍ରବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ “ନମାମି ମାତରମ୍” ଅବସରରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା।ପରିଚାଳନା ସମିତିର ପୂର୍ବତନ ଯୁଗ୍ମ ସଂପାଦକ ଶ୍ରୀମାନ୍ ଭରତ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ମକରଧ୍ବଜ ମେହେର ସମାଜସେବୀ ଯୋଗ ଦେଇ ନମାମି ମାତରମ୍ ବିଷୟରେ ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ସୁଶ୍ରୀ ରଶ୍ମିତା ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶ୍ରୀମତୀ ଶ୍ରୁତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ନମାମି ମାତରମ୍ କାର୍ଯ୍ୟକ୍ରମରେ ଶିଶୁ ଭାଇ,ଭଉଣୀ, ଆଚାର୍ଯ୍ୟ,ଆଚାର୍ଯ୍ୟା,ପରିଚାଳନା ସମିତିର ସଦସ୍ୟ,ସଦସ୍ୟା ମୋଟ ୧୫୬ ଜଣ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମକୁ ସମସ୍ତ ଗୁରୁମା, ଗୁରୁଜୀ ସହଯୋଗ କରିଥିଲେ।
