୫ ଜଣ ୱାରେଣ୍ଟି ଗିରଫ,ବିଭିନ୍ନ ମାମଲାରେ ଜାରି ଥିଲା ଏନ୍ବିଡବ୍ଲ୍ୟୁ
ତିର୍ତ୍ତୋଲ, ୨୫/୯
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ବିଭିନ୍ନ ମାମଲାରେ ଅଦାଲତଙ୍କ ପକ୍ଷରୁ ଜାରି ହୋଇଥିବା ନନ୍-ବେଲେବଲ୍ ୱାରେଣ୍ଟ (NBW) ସମେତ ୱାରେଣ୍ଟ କାର୍ଯ୍ୟକାରୀ କରି ତିର୍ତ୍ତୋଲ ଥାନା ପୁଲିସ ୫ ଜଣ ୱାରେଣ୍ଟିଙ୍କୁ ଗିରଫ କରିଛି । ଗିରଫ ପରେ ସମସ୍ତଙ୍କୁ ଆବଶ୍ୟକ ଆଇନଗତ ପଦକ୍ଷେପ ପାଇଁ ତିର୍ତ୍ତୋଲ ଜେଏମ୍ଏଫ୍ସି ଅଦାଲତରେ ହାଜର କରାଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ପାଣ୍ଡରା ଗ୍ରାମର ବିଷ୍ଣୁ ଚରଣ ଖଟୁଆ (୪୪), ପିତା ସ୍ୱର୍ଗତ କୃଷ୍ଣ ଚରଣ ଖଟୁଆଙ୍କ ବିରୋଧରେ ଜି.ଆର୍. ମାମଲା ନଂ. ୪୨୩/୨୦୨୫ରେ ୱାରେଣ୍ଟ ଜାରି ହୋଇଥିଲା । ସେହିପରି ପାଣ୍ଡରା ଗ୍ରାମର ଅନ୍ତର୍ଯ୍ୟାମୀ ବାରିକ (୨୮), ପିତା ନାରାୟଣ ବାରିକଙ୍କ ବିରୋଧରେ ଜି.ଆର୍. ମାମଲା ନଂ. ୫୭୧/୨୦୨୩ ରେ ୱାରେଣ୍ଟ ଥିଲା । ସାନରା ଗ୍ରାମର ଅଭୟ କୁମାର ମହାନ୍ତି (୫୫), ପିତା ସ୍ୱର୍ଗତ ଧନେଶ୍ୱର ମହାନ୍ତିଙ୍କ ବିରୋଧ ରେ ମଧ୍ୟ ଜି.ଆର୍. ମାମଲା ନଂ. ୪୨୩ /୨୦୨୫ ରେ ୱାରେଣ୍ଟ ଜାରି ହୋଇଥିଲା । ଅନ୍ୟ ପକ୍ଷରେ ତାଳପଦା ଗ୍ରାମର ଆଲୋକ ସେନାପତି (୪୮), ପିତା ବାବୁରାମ ସେନାପତିଙ୍କ ବିରୋଧରେ ଜି.ଆର୍. ମାମଲା ନଂ. ୪୩୧/୨୦୨୫ରେ ୱାରେଣ୍ଟ ଜାରି ହୋଇଥିଲା । ସେହିପରି ତେରମାଣ ପୁର ଅନ୍ତର୍ଗତ ତାଳବାଗ ଗ୍ରାମର ସୂର୍ଯ୍ୟକାନ୍ତ ବରାଳ, ପିତା ସୋମନାଥ ବରାଳଙ୍କ ବିରୋଧରେ ଜି.ଆର୍. ମାମଲା ନଂ. ୭୧୧/୨୦୨୪ରେ ୱାରେଣ୍ଟ ଜାରି ହୋଇଥିଲା । ତିର୍ତ୍ତୋଲ ଥାନା ପୁଲିସ ଉପରୋକ୍ତ ସମସ୍ତ ୫ ଜଣ ୱାରେଣ୍ଟିଙ୍କୁ ସେମାନଙ୍କ ବିରୋଧରେ ଜାରି ହୋଇଥିବା ସମ୍ପୃକ୍ତ ୱାରେଣ୍ଟ ଆଧାରରେ ଗିରଫ କରିଛି । ପରେ ସମସ୍ତଙ୍କୁ ତିର୍ତ୍ତୋଲ ଜେଏମ୍ଏଫ୍ ସି ଙ୍କ ଅଦାଲତରେ ହାଜର କରାଯାଇ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି । ତିର୍ତ୍ତୋଲ ଥାନା ପକ୍ଷରୁ ୱାରେଣ୍ଟ କାର୍ଯ୍ୟକାରୀ କରିବା ନେଇ ଏହି ଅଭିଯାନ ଜାରି ରହିଛି ।
