September 8, 2026

କଳିଗାଁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ 

IMG-20260908-WA0055
Share

 

 

 

ସଭାପତି ଭାବେ ତ୍ରିଲୋଚନ ସାହୁ ଓ ଭାଇସ୍ ଚେୟାରମ୍ୟାନ୍ ଭାବେ ସସ୍ମିତା ପାତ୍ର ମନୋନୀତ (ଫଟୋ )

 

 

ହାଟଡିହି ତା ୮/୯(ମନମୋହନ ନାୟକ) : କଳିଗାଁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ ହୋଇଯାଇଛି। ଏହି କମିଟିରେ ଚେୟାରମ୍ୟାନ୍ ଭାବେ ତ୍ରିଲୋଚନ ସାହୁ, ଭାଇସ୍ ଚେୟାରମ୍ୟାନ୍ ଭାବେ ସସ୍ମିତା ପାତ୍ର, ପ୍ରଧାନଶିକ୍ଷକ ସଂକର୍ଷଣ ମାରାଣ୍ଡି, ଶିକ୍ଷକ ପରେଶ ପରିଡ଼ା, ଟୁକୁନା ବେହେରା, ସାଗର ଜେନା, ପ୍ରଦୀପ ଜେନା, ମହିମା ରାଉତ, ଅର୍ଜମା ପହି, ମନୋନୀତ ହୋଇଥିବାବେଳେ ଅନ୍ୟ ସଦସ୍ୟ ଭାବେ ଅକ୍ଷୟ ପାତ୍ର, ମନସ୍ୱିନୀ ଓଝା, ମାନସୀ ନାୟକ, ଦିଲ୍ଲୀପ ଜେନା, ଇନ୍ଦୁମତୀ ବାରିକ, ମମତା ବାରିକ, ରୁକ୍ମଣୀ ଦାଶ, ବିଦ୍ୟାଧର କାଣ୍ଡି, ମେନକା ଜେନା, ମଞ୍ଜୁଲତା ପାତ୍ର ପ୍ରମୁଖ ପରିଚାଳନା କମିଟିକୁ ସଦସ୍ୟ ମନୋନୀତ ହୋଇଛନ୍ତି। କମିଟି ପୂର୍ବରୁ ଗଠିତ ହୋଇଥିଲେ ବି କିଛି ସଦସ୍ୟଙ୍କ ଅଭିଯୋଗ ଯୋଗୁଁ କମିଟି ଘୋଷଣା ହୋଇପାରିନଥିଲା। ବ୍ଲକ ଶିକ୍ଷା ଅଧିକାରୀ ଆଜି କମିଟିକୁ ଆପ୍ରୁଭ କରିଥିବା ପ୍ରଧାନ ଶିକ୍ଷକ ସଙ୍କର୍ଷଣ ମାରାଣ୍ଡି ସୂଚନା ଦେଇଛନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିବା ପରେ ସ୍କୁଲ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ପୁଷ୍ପଗୁଛ ଦିଆଯାଇ ସ୍ୱାଗତ କରାଯାଇଛି।

You may have missed