September 6, 2026

ଗୁରୁ ସମ୍ମାନ ଉତ୍ସବ ଅନୁଷ୍ଠିତ

IMG-20260906-WA0051
Share

 

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ସମ୍ମାନ ଉତ୍ସବ ଘୋଡାବଜାର ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ମହାବୀର ରୁଦ୍ରନାରାୟଣ ସାହୁଙ୍କ ଅଧକ୍ଷତାରେ ସମ୍ପାଦକ ଅରବିନ୍ଦ ଶତପଥୀ ଅଭିମୁଖ୍ୟ କଥନ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥିଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ମୁଖ୍ୟ ବକ୍ତାଭାବେ ଏସସିବି ମେଡିକାଲ କଲେଜର ଶଲ୍ୟ ବିଭାଗ ଅବସରପ୍ରାପ୍ତ ଡାକ୍ତର ପ୍ରଫେସର ଶ୍ରୀକାନ୍ତ ପଣ୍ଡାଙ୍କ ସହିତ ବିଶିଷ୍ଠ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ହୋଇ ନିଜନିଜର ବକ୍ତବ୍ୟ ଦେଲାପରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l