September 6, 2026

କୁକୁଡାଖଣ୍ଡି ସରସ୍ବତୀ ଶିଶୁ ମନ୍ଦିର ଗୁରୁଦିବସ ପାଳିତ 

IMG-20260906-WA0013
Share

 

 

*ବ୍ରହ୍ମପୁର ରୁ ପି କୃଷ୍ଣମୂର୍ତ୍ତିଙ୍କ ବ୍ୟୁରୋ ରିପୋର୍ଟ* ଶନିବାର ଦିନ ସରସ୍ବତୀ ଶିଶୁ ମନ୍ଦିର , କୁକୁଡାଖଣ୍ଡି ପ୍ରାଙ୍ଗଣ ରେ “ଗୁରୁଦିବସ” ଉତ୍ସବ ପାଳିତ ହୋଇଯାଇଛି I ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ତଥା ପୂର୍ବତନ କୋଷାଧ୍ୟକ୍ଷ ଏ. ନନ୍ଦକିଶୋର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିଶୁ ଭାଇ ଭଉଣୀ ଏବଂ ଗୁରୁଜୀ ଗୁରୁମାଙ୍କୁ ଦେଶର ଗୁରୁ ପରମ୍ପରା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ I ପରିଚାଳନା ସମିତିର ସଭାପତି ଇ. ଶ୍ରୀନିବାସ ରାଉଳ ଗୁରୁ ପୂଜନର ମହତ୍ତ୍ୱ ବିଷୟରେ ଆଶୀର୍ବଚନ ପ୍ରଦାନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଷୋୟୀ ସ୍ୱାଗତ ଭାଷଣ ଦ୍ୱାରା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ I ବରିଷ୍ଠ ଆଚାର୍ଯ୍ୟI ଇ. ଉର୍ମିଳା ଅତିଥିଙ୍କ ପରିଚୟ କରାଇବା ସହ ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଇଥିଲେ I ସ୍ୱତନ୍ତ୍ର ଭାବେ ଦଶମ ଶ୍ରେଣୀ ର ଏବଂ ଅନ୍ୟ ସମସ୍ତ ଶ୍ରେଣୀ ର ଶିଶୁ ଭାଇ ଭଉଣୀ ମାନେ ମିଳିମିଶି ଆନନ୍ଦର ସହ ଗୁରୁପୂଜନ କରି ଭବିଷ୍ୟତ ରେ ଜଣେ ଉତ୍ତମ ବ୍ୟକ୍ତି ହେବା ନିମନ୍ତେ ଆଶୀର୍ବାଦ ଗ୍ରହଣ କରିଥିଲେ I ପରିଶେଷରେ ଶ୍ୟାମସୁନ୍ଦର ଆଚIରି ଧନ୍ୟବାଦ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ସମାପ୍ତ କରିଥିଲେ I