September 6, 2026

ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ଗୁରୁଦିବସ ପାଳିତ

IMG-20260905-WA0069
Share

 

 

ହାଟଡିହି ତା ୫/୯(ମନମୋହନ ନାୟକ) : ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ପବିତ୍ର ଗୁରୁଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ବିଇଓ ତପୋଧାନ ସ୍ୱାଇଁ, ନାଳଦା ମୁନିସିପାଲିଟି ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ଜେନା, ପୂର୍ବତନ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ବିଦ୍ୟାଧର କର, ବିନୋଦ ବିହାରୀ ପଣ୍ଡା, ନବକିଶୋର ବିଶ୍ୱାଳ ଓ ପଦ୍ମନାଭ ପଣ୍ଡା, ସୁରେନ୍ଦ୍ର କୁମାର ନାଥ, ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଗୁରୁଦିବସର ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗୁରୁଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ କୃତଜ୍ଞତା ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ଗୁରୁବନ୍ଦନା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶିକ୍ଷକମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ନୀତି, ଶୃଙ୍ଖଳା ଓ ଉତ୍ତମ ଚରିତ୍ର ଗଠନ ଦିଗରେ ପ୍ରେରଣା ଦେଇଥିଲେ। ଏହି ଅବସରରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ପୂଜାର୍ଚନା କରିଥିଲେ। ବରିଷ୍ଠ ଶିକ୍ଷକ ମାଧବାନନ୍ଦ ଜେନା, ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର ,ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇ ଥିଲେ। ସତ୍ୟବ୍ରତ ବିଶ୍ୱାଳ ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।