ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି l
ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଘୋଡ଼ାବଜାର, ପୁରୀ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଅଛି । ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମ ପର୍ବରେ ମୁଖ୍ୟ ଅତିଥି ତଥା ସୁପ୍ରବଚକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦଳେଇ (ବରିଷ୍ଠ ଅଧ୍ୟାପକ) ଯୋଗ ଦେଇ ଶ୍ରୀକୃଷ୍ଣ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଭାଗବତ ପାଠ ଓ ପୂଜାର୍ଚ୍ଚନା କରିଥିଲେ । ବିଦ୍ୟାଳୟରେ ପଢୁଥିବା କୁନି କୁନି ଭାଈ ଓ ଭଉଣୀ ସହ ପଢା ଆରମ୍ଭ କରିବାକୁ ଯାଉଥିବା ପ୍ରାୟ ୮୦ଜଣ ଶିଶୁ ଭାଇ-ଭଉଣୀ କୃଷ୍ଣ ଓ ରାଧାରାଣୀ ବେଶରେ ସୁସଜ୍ଜିତ ଦୋଳିରେ ଝୁଲି ଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଅଦ୍ୟ ଦିବସର ଆଭିମୁଖ୍ୟ କଥନ ପ୍ରଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ଅଭିମନ୍ୟୁ ଭୂୟାଁଙ୍କ ଆଶୀର୍ବଚନ ପ୍ରଦାନ କରିଥିଲେ । ଶ୍ରୀକୃଷ୍ଣ ବେଶଧାରୀ କୁନି କୁନି ଶିଶୁ ଭାଇଭାଉଣୀମାନଙ୍କୁ ସେମାନଙ୍କ ପିତା ମାତା ଗୁରୁଜୀ ଗୁରୁମା ତଥା ସ୍ଥାନୀୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ବୃନ୍ଦଙ୍କ ଦ୍ବାରା ଚଳଦୀ ପାଣିରେ ପଦ ପ୍ରକ୍ଷାଳନ କରି ବନ୍ଦାପନା କରିବା ସହିତ ସେମାନଙ୍କର ଆଗାମୀ ଭବିଷ୍ୟତ ସମୃଦ୍ଧମୟ ତଥା ନିରାମୟ ହେଉ ବୋଲି ବାଳକୃଷ୍ଣଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ । ସେହି ଶିଶୁମାନଙ୍କୁ ପେଡା ଓ ମିଷ୍ଟାନ୍ନ ଖୁଆଇ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ସମେତ ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ଅନୁପମା ରାଉତରାଙ୍କ ତତ୍ବାବଧାନରେ ସମସ୍ତ ଗୁରୁଜୀଗୁରୁମା, ସେବକସେବିକା ତଥା ସୁଭେଚ୍ଛୁଙ୍କ ଦ୍ଵାରା ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା । ପରିଶେଷରେ ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ଆଜିର କାର୍ଯ୍ୟକ୍ରମର ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
